ଓଡିଶା

odisha

By

Published : Feb 10, 2021, 7:35 PM IST

Updated : Feb 10, 2021, 8:07 PM IST

ETV Bharat / city

ଉମଙ୍ଗ ଆପରେ ଡିଏଲ ପାଇଁ କରିପାରିବେ ଆବେଦନ, ଲୋକାର୍ପଣ କଲେ ନବୀନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ପରିବହନ ପ୍ରାଧିକରଣର ବିଭିନ୍ନ ଅନଲାଇନ୍ ସେବାର ଲୋକାର୍ପଣ କଲେ। ଉମଙ୍ଗ ଆପରେ ଲର୍ଣ୍ଣିଙ୍ଗ ଲାଇସେନ୍ସ ଆବେଦନ କରିପାରିବେ । ଅଧିକ ପଢନ୍ତୁ...

State Transport Authority
ରାଜ୍ୟ ପରିବହନ ପ୍ରାଧିକରଣର ବିଭିନ୍ନ ଅନଲାଇନ୍ ସେବାର ଲୋକାର୍ପଣ

ଭୁବନେଶ୍ବର: ରାଜ୍ୟ ପରିବହନ ପ୍ରାଧିକରଣର ବିଭିନ୍ନ ଅନଲାଇନ୍ ସେବାର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ନୂତନ ଅନଲାଇନ ସେବା ଦ୍ବାରା ସାଧାରଣ ଲୋକେ ପରିବହନ କାର୍ଯ୍ୟାଳୟର ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ହୋଇପାରିବ ।

ରାଜ୍ୟ ପରିବହନ ପ୍ରାଧିକରଣର ବିଭିନ୍ନ ଅନଲାଇନ୍ ସେବାର ଲୋକାର୍ପଣ

ରାଜ୍ୟ ପରିବହନ ପ୍ରାଧିକରଣ ଦ୍ବାରା ମୁଖ୍ୟମନ୍ତ୍ରୀ ବିଭିନ୍ନ ସେବାର ଅନଲାଇନ ସେବା ଆରମ୍ଭ କରିଛନ୍ତି । ଏହି ଅନଲାଇନ ସେବା ଦ୍ବାରା ଉମଙ୍ଗ ଆପରେ ଲର୍ଣ୍ଣିଙ୍ଗ ଲାଇସେନ୍ସ ଆବେଦନ କରିପାରିବେ । ରାଜ୍ୟର ଯେକୌଣସି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ପଞ୍ଜୀକରଣ ନବୀକରଣ ସୁବିଧା ପାଇପାରିବେ । ଏହା ସହ ଯାନବାହାନର ମାଲିକାନା ପରିବର୍ତ୍ତନ ଇତ୍ୟାଦି ସେବା ଏବେ ଅଧିକ ସହଜ ହୋଇପାରିବ। ଆନ୍ତଃ ରାଜ୍ୟ ବସସେବାର ସ୍ବତନ୍ତ୍ର ଅନୁମତି ପାଇଁ ମଧ୍ୟ ଅନଲାଇନ ମାଧ୍ୟମରେ ବ୍ୟବସ୍ଥା କରାଯାଇଛି । ଏହା ରାଜ୍ୟ ସରକାରଙ୍କ 5ଟି ଅଧିନରେ ଏହା କାର୍ଯ୍ୟକାରୀ କରାଯାଇଛି ।

Last Updated : Feb 10, 2021, 8:07 PM IST

ABOUT THE AUTHOR

...view details