ଓଡିଶା

odisha

ETV Bharat / city

ଚାଉଳ ରାଜନୀତି: କେନ୍ଦ୍ର ଖାଉଟି ମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟ ଯୋଗାଣ ମନ୍ତ୍ରୀ

ଉଷୁନା ଅରୁଆ ଚାଉଳକୁ ନେଇ ବିଜେପି ବିଜେଡି ମୁହାଁମୁହିଁ ହେବା ପରେ ଏବେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଆରମ୍ଭ ହୋଇଛି ଚିଠି ଯୁଦ୍ଧ। କେନ୍ଦ୍ରର ଚିଠିର ଜବାବ ଦେଇଛନ୍ତି ରାଜ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଅଧିକ ପଢନ୍ତୁ...

କେନ୍ଦ୍ର ଖାଉଟି ମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟ ଯୋଗାଣ ମନ୍ତ୍ରୀ
http://10.10.50.80//odisha/19-January-2021/od-bbs-2-ricepoliticsletter-avo-7205239_19012021160333_1901f_1611052413_463.png

By

Published : Jan 19, 2021, 4:35 PM IST

ଭୁବନେଶ୍ବର: ଘନେଇଲା ଚାଉଳ ରାଜନୀତି। ଉଷୁନା ଅରୁଆ ଚାଉଳକୁ ନେଇ ବିଜେପି ବିଜେଡି ମୁହାଁମୁହିଁ ହେବା ପରେ ଏବେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଆରମ୍ଭ ହୋଇଛି ଚିଠି ଯୁଦ୍ଧ।

କେନ୍ଦ୍ର ଖାଉଟି ମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟ ଯୋଗାଣ ମନ୍ତ୍ରୀ

କେନ୍ଦ୍ରର ଚିଠିର ଜବାବ ଦେଇଛନ୍ତି ରାଜ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖି ସେ କହିଛନ୍ତି, ଉଷୁନା ଚାଉଳ ନେବା ବନ୍ଦ କଲେ ଓଡ଼ିଶା କ୍ଷତି ସହିବ।

କେନ୍ଦ୍ର ଖାଉଟି ମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟ ଯୋଗାଣ ମନ୍ତ୍ରୀ

ଗତବର୍ଷ ରାଜ୍ୟ ସରକାର ନିଜ ସ୍ତରରେ ଚଳାଇ ନେଲେ ହେଲେ ଚଳିତବର୍ଷ ପ୍ରାୟ 10 ହଜାର କୋଟି କ୍ଷତି ସହିବ ଓଡିଶା। ତେଣୁ ତୁରନ୍ତ ଏହି ନିଷ୍ପତ୍ତିର ପୁନର୍ବିଚାର କରିବା ସହିତ ଲୋକଙ୍କ ସ୍ୱାର୍ଥ ଜନିତ ପ୍ରସଙ୍ଗ ଉପରେ ଧ୍ୟାନ ଦେବାକୁ କୁହାଯାଇଛି।

କେନ୍ଦ୍ର ଖାଉଟି ମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟ ଯୋଗାଣ ମନ୍ତ୍ରୀ

ସେହିଭଳି ରାଜ୍ୟ ଯୋଗାଣ ନିଗମ ଉପରେ ଥିବା ବକେୟା ସବସିଡି ବାବଦରେ ପ୍ରାୟ 6 ହଜାର କୋଟି ଟଙ୍କା ତୁରନ୍ତ ଦେବାକୁ ସେ କହିଛନ୍ତି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details