ଓଡିଶା

odisha

By

Published : Nov 20, 2021, 5:55 PM IST

ETV Bharat / city

ଥୋପା ଯାଇଥିଲା 3 କୃଷି ଆଇନ: ରାଜ୍ୟ ଯୋଗାଣ ମନ୍ତ୍ରୀ

ବହୁ ବାଦ ବିବାଦ ପରେ ନଇଁଛନ୍ତି କେନ୍ଦ୍ର ସରକାର । ପ୍ରତ୍ୟାହାର ହୋଇଛି 3 କୃଷି ଆଇନ । ଏନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୃଷି ଆଇନ ପ୍ରତ୍ୟାହାର ପରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ । ଅଧିକ ପଢନ୍ତୁ

ରାଜ୍ୟ ଯୋଗାଣ ମନ୍ତ୍ରୀ
ରାଜ୍ୟ ଯୋଗାଣ ମନ୍ତ୍ରୀ

ଭୁବନେଶ୍ବର:ବହୁ ବାଦ ବିବାଦ ପରେ ନଇଁଛନ୍ତି କେନ୍ଦ୍ର ସରକାର । ପ୍ରତ୍ୟାହାର ହୋଇଛି 3 କୃଷି ଆଇନ । ଏନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୃଷି ଆଇନ ପ୍ରତ୍ୟାହାର ପରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ।

ଥୋପା ଯାଇଥିଲା 3 କୃଷି ଆଇନ: ରାଜ୍ୟ ଯୋଗାଣ ମନ୍ତ୍ରୀ

ରଣେନ୍ଦ୍ର କହିଛନ୍ତି ଯେ, ଲକଡାଉନର ସୁଯୋଗ ନେଇ କେନ୍ଦ୍ର ସରକାର ଜୋର ଜବରଦସ୍ତ 3 ଟି କୃଷି ଆଇନ ପ୍ରଣୟନ କରିଥିଲେ । ପାର୍ଲାମେଣ୍ଟର କୌଣସି ନୀତି ନିୟମ ନମାନି ବିଲ ପାସ କରିଥିଲେ । ସିଲେକ୍ଟ କମିଟି ପଠାଯାଉ ବୋଲି ବିଜେଡି ଦାବି କରିଥିଲା । କିନ୍ତୁ କିଛି ନ ଶୁଣି 3ଟି ଯାକ ଆଇନକୁ ଦେଶବାସୀଙ୍କ ଉପରେ ଥୋପି ଦିଆଯାଇଥିଲା ।

ବିଜେଡି ଏହାକୁ ବିରୋଧ କରିଥିଲା । ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ କ୍ଷେତ୍ରରେ ଯେଉଁ ନିଷ୍ପତ୍ତି ନେବେ ସମସ୍ତ ଷ୍ଟକ ହୋଲଡରଙ୍କୁ ପଚାରିବା ଦରକାର । ଆଲୋଚନା କରି ନିଷ୍ପତ୍ତି ନେବା ଦରକାର । ଯେଉଁ ଚାଷୀଙ୍କ ଜୀବନ ଯାଇଛି ତାଙ୍କୁ ସଲାମ ଜଣାଇଛନ୍ତି ରଣେନ୍ଦ୍ର । ତେବେ ରାଜ୍ୟ ସରକାର ଯେଉଁ ଦୁଇଟି ଆଇନ ଆଣିଥିଲେ ତାହା ଲାପସ କରାଯାଇଛି । କେନ୍ଦ୍ର ସରକାର ଯାହା ପୋଜିସନ ନେବେ ସେହି ଅନୁସାରେ ଆମେ ନିଷ୍ପତ୍ତି ନେବୁ ବୋଲି କହିଛନ୍ତି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details