ଭୁବନେଶ୍ବର: ଜାତୀୟ ଯୁବଦିବସ ପାଳନ ହୋଇଯାଇଛି । ସ୍ବାମୀ ବିବେକାନନ୍ଦଙ୍କର 157 ତମ ଜୟନ୍ତୀ ଉପଲକ୍ଷେ ଓଡିଶା ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବିଭାଗ ପକ୍ଷରୁ ଜାତୀୟ ଯୁବ ଦିବସ ପାଳନ କରାଯାଇଛି ।
କ୍ରୀଡା ଓ ଯୁବ ବିଭାଗ ଦ୍ବାରା ଜାତୀୟ ଯୁବ ଦିବସ ପାଳିତ - bhubaneswar news
ଭୁବନେଶ୍ବରରେ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । ଏକ ପଦଯାତ୍ରା କରି କଳିଙ୍ଗ ଷ୍ଟାଡିୟମରୁ ବାହାରି ଛାତ୍ରଛାତ୍ରୀ ମାନେ ପାୱାର ହାଉସ ଛକ ପର୍ଯ୍ୟନ୍ତ ଯାଇଥିଲେ।
![କ୍ରୀଡା ଓ ଯୁବ ବିଭାଗ ଦ୍ବାରା ଜାତୀୟ ଯୁବ ଦିବସ ପାଳିତ state-sports-and-youth-department-celibrate-national-youth-day-at-bhubaneswar](https://etvbharatimages.akamaized.net/etvbharat/prod-images/768-512-5682554-thumbnail-3x2-bbsr.jpg)
ଫଟୋ ସୌଜନ୍ୟ: ପ୍ରତିନିଧି,ଭୁବନେଶ୍ବର
କ୍ରୀଡା ଓ ଯୁବ ବିଭାଗ ଦ୍ବାରା ଜାତୀୟ ଯୁବ ଦିବସ ପାଳିତ
ଭୁବନେଶ୍ବରରେ ଜାତୀୟ ଯୁବଦିବସ ଅବସରରେ ସ୍ବାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତରେ କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତ ବେହେରା ମାଲ୍ୟାର୍ପଣ କରିଥିଲେ । ରାମକୃଷ୍ଣ ମିଶନର ସ୍ବାମୀଜୀ ମଧ୍ୟ ଯୋଗଦେଇଥିଲେ । ଏହି ଅବସରରେ ଏକ ପଦଯାତ୍ରା କରି କଳିଙ୍ଗ ଷ୍ଟାଡିୟମରୁ ବାହାରି ଛାତ୍ରଛାତ୍ରୀ ମାନେ ପାୱାର ହାଉସ ଛକ ପର୍ଯ୍ୟନ୍ତ ଯାଇଥିଲେ।। ଏହି ରାଲିରେ 300ରୁ ଉର୍ଦ୍ଧ୍ବ ଯୁବପୀଢି ଯୋଗ ଦେଇଥିଲେ ଓ କ୍ରୀଡା ବିଭାଗର ଅଧିକାରୀ, କୋଚ,ଛାତ୍ର ଛାତ୍ରୀ ଓ କର୍ମଚାରୀ ଭାଗ ନେଇଥିଲେ ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ,ଇଟିଭି ଭାରତ