ଭୁବନେଶ୍ବର: ପରିବହନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଡକ ସୁରକ୍ଷା ପରିଷଦର ବୈଠକ । ଆଜି(ବୁଧବାର) ଲୋକସେବା ଭବନରେ ନୂଆ ପରିବହନ ନୀତି ନେଇ ସଡକ ସୁରକ୍ଷା ବାବଦରେ ଆଲୋଚନା ହୋଇଛି । କଡା ମୋଟର ଯାନ ଆଇନ ଯୋଗୁଁ ଗତବର୍ଷ ତୁଳନାରେ ଚଳିତବର୍ଷ 4.5 ପ୍ରତିଶତ ଦୁର୍ଘଟଣା କମିଛି । ଦୁର୍ଘଟଣାରେ ମୃତ୍ୟୁ ହାର 12 ପ୍ରତିଶତ କମିଛି । ରାଜ୍ୟର ବୌଦ୍ଧ, ରାୟଗଡା, ସୋନପୁର, କନ୍ଧମାଳ, ଦେବଗଡ଼, ମାଲକାନଗିରି ପ୍ରଭୃତି ଜିଲ୍ଲା ସର୍ବାଧିକ ଦୁର୍ଘଟଣା ପ୍ରବଣ ବୋଲି ପ୍ରକାଶ ପାଇଛି ।
- ଗତ ଦଶନ୍ଧିରେ ଓଡ଼ିଶାରେ 38,204 ଜଣ ଲୋକଙ୍କ ମୃତ୍ୟୁ ଘଟିଛି ।
- 2018 ରେ ଓଡ଼ିଶାରେ 5 ହଜାର 315 ଲୋକଙ୍କ ମୃତ୍ୟୁ ହୋଇଛି ।
- ପାଞ୍ଚ ହଜାର ଲୋକ ଗୁରୁତର ଆହତ ହୋଇଛନ୍ତି ।
- ଦୁର୍ଘଟଣାରେ ମୃତକଙ୍କ ମଧ୍ୟରୁ 70 ପ୍ରତିଶତ ଯୁବକ ।
- ସମଗ୍ର ଦେଶରେ ଦୁର୍ଘଟଣାରେ 100ରୁ 32 ଜଣଙ୍କ ମୃତ୍ୟୁ ଘଟୁଥିବା ବେଳେ ଓଡ଼ିଶାରେ 47 ଜଣଙ୍କ ମୃତ୍ୟୁ ଘଟୁଛି ।
- 2014 ରୁ 2018 ମଧ୍ୟରେ ଦୁର୍ଘଟଣାରେ ମୃତ୍ୟୁ ହାର 35.2 ପ୍ରତିଶତ ବଢିଛି ।
- 2019 ବର୍ଷ ଆରମ୍ଭରୁ ସେପ୍ଟେମ୍ବର ପର୍ଯ୍ୟନ୍ତ 4 ହଜାର 115 ଜଣଙ୍କ ମୃତ୍ୟୁ ହୋଇଛି ।
- ବର୍ତ୍ତମାନ ସୁଦ୍ଧା ଆଠ ହଜାର ମଦ୍ୟପ ଡ୍ରାଇଭର ଗିରଫ ହୋଇଛନ୍ତି ।
- 750 ଜଣଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
- ରାଜ୍ୟ ସଡ଼କ ସୁରକ୍ଷା ପରିଷଦର ଦ୍ଵିତୀୟ ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଛି ।
ଦୁର୍ଘଟଣାର 48 ଘଣ୍ଟା ଭିତରେ ଭୁବନେଶ୍ବର ଓ କଟକର କିଛି ଘରୋଇ ହସ୍ପିଟାଲରେ ମାଗଣା ଚିକିତ୍ସା ମିଳୁଥିଲା । ତାହା ଏବେ ସମ୍ବଲପୁର ଓ ଝାରସୁଗୁଡାକୁ ବୃଦ୍ଧି କରାଯାଇଛି । ବୈଠକରେ ମନ୍ତ୍ରୀ ପଦ୍ମନାଭ ବେହେରା , ସଚିବ ଜି ଶ୍ରୀନିବାସ, କମିଶନର ସଂଜୀବ ପଣ୍ଡା, କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ, ଗୃହ ବିଭାଗ ସ୍ବତନ୍ତ୍ର ସଚିବ ସନ୍ତୋଷ ବାଲା ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।