ଭୁବନେଶ୍ବର: ରାଜ୍ୟରେ ଉପର ତଳ ହେଉଛି କୋରୋନା ଗ୍ରାଫ୍ । ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି 559 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ 71 ଜଣ 18 ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ହୋଇଥିବା ବେଳେ କ୍ବାରେଣ୍ଟାଇନ ସେଣ୍ଟରରୁ 321 ଓ 238 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।
ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ 279 ଜଣ ଥିବାବେଳେ ଅନୁଗୋଳରୁ 2, ବାଲେଶ୍ବରରୁ 12, ବରଗଡ଼ରୁ 2, ଭଦ୍ରକରୁ 5, ବଲାଙ୍ଗୀରରୁ 3, ବୌଦ୍ଧରୁ 18, କଟକରୁ 54, ଦେବଗଡ଼ରୁ 2, ଢେଙ୍କାନାଳରୁ 10, ଗଞ୍ଜାମରୁ 4, ଜଗତସିଂହପୁରରୁ 14, ଯାଜପୁରରୁ 14, ଝାରସୁଗୁଡା 2, କନ୍ଧମାଳରୁ 2, କେନ୍ଦ୍ରାପଡ଼ାରୁ 4, କୋରାପୁଟରୁ 6, ମୟୂରଭଞ୍ଜରୁ 8, ନୟାଗଡ଼ରୁ 9, ପୁରୀ 14, ରାୟଗଡାରୁ 1, ସମ୍ବଲପୁରରୁ 16, ସୁନ୍ଦରଗଡ଼ରୁ 10 ଏବଂ ଷ୍ଟେଟ ପୁଲ୍ରୁ 68 କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା 10 ଲକ୍ଷ 36 ହଜାର 532ରେ ପହଞ୍ଚିଛି ।