ଭୁବନେଶ୍ବର: ଚଳିତ ମାସ ୨୯ ତାରିଖରେ ଆନ୍ଦୋଳନକୁ ଓହ୍ଲାଇବ ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଙ୍ଘ। ବେସରକାରୀ ଅଧ୍ୟାପକଙ୍କ ପ୍ରତି ରାଜ୍ୟ ସରକାର ବୈମାତୃକ ମନୋଭାବକୁ ନେଇ ସଙ୍ଘ ଆନ୍ଦୋଳନକୁ ଓହ୍ଲାଇବ। ଅନୁଦାନ ପରିସର କରିବାକୁ ବାରମ୍ବାର ସରକାର ପ୍ରତିଶ୍ରୁତି ଦେଉଥିଲେ ମଧ୍ୟ ତାହା ପାଳନ କରିନାହାନ୍ତି । ତେଣୁ ସଂଘ ଉଦବେଗ ପ୍ରକାଶ କରିବା ସହ ୨୯ରେ ବିଶାଳ ଶୋଭାଯାତ୍ରାରେ କଟକରୁ ଭୁବନେଶ୍ବର ଆସିବା ନେଇ ଘୋଷଣା କରିଛି।
ପଦଯାତ୍ରାରେ ଶହ ଶହ ଅଧ୍ୟାପକ ନବୀନ ନିବାସ ଯାଇ ସେମାନଙ୍କର ଦାବି ପ୍ରଦାନ କରିବେ। ୨୦୦୮ ଜୁନ ପହିଲାରୁ ୨୦୧୩ ମସିହା ନଭେମ୍ବର ୩୦ ତାରିଖ ମଧ୍ୟରେ ନିଯୁକ୍ତି ପାଇଥିବା ସମସ୍ତ ଅଧ୍ୟାପକ ଏବଂ କର୍ମଚାରୀଙ୍କୁ ସରକାର ଏପର୍ଯ୍ୟନ୍ତ ଅନୁଦାନ ପରିସରଭୁକ୍ତ କରିନାହାନ୍ତି। ତେବେ ସରକାରଙ୍କ ପ୍ରତିଶ୍ରୁତିକୁ ନେଇ କୋରୋନା ମହାମାରୀ ସମୟରେ କାର୍ଯ୍ୟକରି ବହୁ ପ୍ରାଇଭେଟ୍ ଅଧ୍ୟାପକ ଜୀବିକା ହରାଉଛନ୍ତି ଏବଂ କିଛି ଆତ୍ମହତ୍ୟା ମଧ୍ୟ କରିଛନ୍ତି । ଘରୋଇ କଲେଜର ଅଧ୍ୟାପକ ଦୁର୍ଦିନରେ ଦିନ କାଟୁଛନ୍ତି ।