ଭୁବନେଶ୍ବର: ରାଜ୍ୟର 90ଟି ପ୍ରାଥମିକ ବିଦ୍ୟାଳୟର ନାହିଁ ନିଜସ୍ବ ଗୃହ । ଫଳରେ ଖୋଲା ଆକଶ ତଳେ ଚାଲିଛି ଏହି ସମସ୍ତ ବିଦ୍ୟାଳୟ । ଛାତ୍ରଛାତ୍ରୀ ଗଛମୂଳେ ପାଠ ପଢୁଛନ୍ତି । ବୁଧବାର ଶୂନ୍ୟକାଳରେ ବିଧାୟକ ମୋହନ ମାଝୀଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଏହି ଉତ୍ତର ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।
ମନ୍ତ୍ରୀ କହିଛନ୍ତି 8ଟି କମ୍ପ୍ୟୁଟର ସଂଯୁକ୍ତ ସ୍କୁଲରେ ବିଜୁଳି ସଂଯୋଗ ହୋଇନାହିଁ । 1048 ଟି ହାଇସ୍କୁଲରେ ବର୍ତ୍ତମାନ ସୁଦ୍ଧା କମ୍ପ୍ୟୁଟର ଯୋଗାଇ ଦିଆଯାଇନାହିଁ ।