ଓଡିଶା

odisha

ETV Bharat / city

ଶ୍ରମିକଙ୍କ ସମସ୍ୟା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ସମୀର - ଭୁବନେଶ୍ବରରେ ଅଣସଙ୍ଗଠିତ ଶ୍ରମିକ ସମ୍ମିଳନୀ

ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଅଣସଙ୍ଗଠିତ ଶ୍ରମିକ ସମ୍ମିଳନୀ ଅନୁଷ୍ଠିତ । ସାମାଜିକ ନ୍ୟାୟ ପକ୍ଷ ପାଳନ ଅବସରରେ ଭୁବନେଶ୍ବର ସ୍ଥିତ ନୟାପଲ୍ଲୀ ଦୁର୍ଗା ପୂଜା ମଣ୍ଡପ ସମ୍ମୁଖରେ ସମ୍ମିଳନୀ ଆୟୋଜିତ ହୋଇଥିଲା। ଅଧିକ ପଢ଼ନ୍ତୁ

state president samir mohanty holds shramik sammilani in bhubaneswar
ଶ୍ରମିକଙ୍କ ସମସ୍ୟା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ସମୀର

By

Published : Apr 16, 2022, 1:36 PM IST

ଭୁବନେଶ୍ବର:ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଅଣସଙ୍ଗଠିତ ଶ୍ରମିକ ସମ୍ମିଳନୀ ଅନୁଷ୍ଠିତ । ସାମାଜିକ ନ୍ୟାୟ ପକ୍ଷ ପାଳନ ଅବସରରେ ଭୁବନେଶ୍ବର ସ୍ଥିତ ନୟାପଲ୍ଲୀ ଦୁର୍ଗା ପୂଜା ମଣ୍ଡପ ସମ୍ମୁଖରେ ସମ୍ମିଳନୀ ଆୟୋଜିତ ହୋଇଥିଲା । ଶ୍ରମିକଙ୍କ ସମସ୍ୟା ସମାଧାନ ନେଇ ଦାବି କରାଯାଇଛି ।

ଶ୍ରମିକଙ୍କ ସମସ୍ୟା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ସମୀର

ରାଜଧାନୀରେ ବହୁଳ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଶ୍ରମିକ । ଆଜିଯାଏ ଭୁବନେଶ୍ବରରେ ସେମାନଙ୍କ ପାଇ ହାଟର ବ୍ୟବସ୍ଥା ହୋଇନାହିଁ । ତେଣୁ ତୁରନ୍ତ ହାଟ ନିର୍ମାଣ କରିବାକୁ ଦାବି କରାଯାଇଛି । ଜାତୀୟ ରାଜପଥ ପାର ହେବାପାଇଁ ନୟାପଲ୍ଲୀରେ ଫ୍ଲାଏ ଓଭର ନିର୍ମାଣ ପାଇଁ ମଧ୍ୟ ସମ୍ମିଳନୀ ପକ୍ଷରୁ ଦାବି କରାଯାଇଛି । ଏହାଛଡା ଶିକ୍ଷା, ସ୍ଵାସ୍ଥ୍ୟ, ଶ୍ରମିକ କାର୍ଡ, ଆୟୁଷ୍ମାନ ଭାରତ, ଭୂମି ହୀନ ମାନଙ୍କ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବ୍ୟାପକ ଯୋଜନା ଥିବା ବେଳେ ରାଜ୍ୟ ସରକାର ବାଧକ ସାଜି ଶ୍ରମିକ ମାନଙ୍କୁ ସୁବିଧା ସୁଯୋଗ ଦେଉ ନଥିବା ଅଭିଯୋଗ କରିଛନ୍ତି ସମୀର ମହାନ୍ତି ।

ଶ୍ରମିକ ବିରୋଧି ନୀତି ପାଇଁ ରାଜ୍ୟ ସରକାରଙ୍କୁ ସମୀର ମହାନ୍ତି କଡ଼ା ସମାଲୋଚନା କରିଛନ୍ତି । ଇ-ଶ୍ରମିକ ରେଜିଷ୍ଟ୍ରେସନ କରି କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ସିଧାସଳଖ ସୁବିଧା ନେବାକୁ ଶ୍ରମିକମାନଙ୍କୁ ସେ ପରାମର୍ଶ ଦେଇଛନ୍ତି । ଏହି ଅବସରରେ କିଛି ଅଣସଙ୍ଗଠିତ ଶ୍ରମିକ ମାନଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରିବା ସହିତ ଜଳଛତ୍ର ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ବହୁ ଅସଙ୍ଗଠିତ ଶ୍ରମିକ, ଶ୍ରମିକ ନେତା ଅଞ୍ଜନ ନାଥ ଓ ବହୁ ବରିଷ୍ଠ ବିଜେପି ନେତା ଯୋଗ ଦେଇଥିଲେ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details