ଭୁବନେଶ୍ବର: ବଢୁଛି ଚାଷୀଙ୍କ ସମସ୍ୟା, ବାହାରୁନି ସମାଧାନର ରାସ୍ତା। ଜାତୀୟ ସ୍ତରରେ କୃଷକ ଆନ୍ଦୋଳନ ତୀବ୍ର ହେଉଥିବା ବେଳେ ରାଜ୍ୟରେ ମଧ୍ୟ କୃଷକଙ୍କ ଆନ୍ଦୋଳନ ଜୋର ଧରିବାରେ ଲାଗିଲାଣି। କେନ୍ଦ୍ରର କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକମାନେ ଆନ୍ଦୋଳନ କରୁଛନ୍ତି। ବିଭିନ୍ନ କୃଷକ ସଙ୍ଗଠନ ଗୁଡିକ ସମେତ କଂଗ୍ରେସ ଓ ବାମପନ୍ଥୀ ଦଳଗୁଡିକ ସାମିଲ ହୋଇ ଆନ୍ଦୋଳନର ଆଗାମୀ ରୂପରେଖ ପ୍ରସ୍ତୁତ କରିଛନ୍ତି । 25 ତାରିଖରେ କୃଷକ ସଙ୍ଗଠନ ଗୁଡିକ ମଶାଲ ଶୋଭାଯାତ୍ରା କରିବା ସହ ସାଧାରଣତନ୍ତ୍ର ଦିବସରେ ସମାନ୍ତରାଳ ପରେଡ଼ ପାଇଁ ପ୍ରସ୍ତୁତି ଜୋର କରିଛନ୍ତି।
ସେପଟେ ଓଡ଼ିଶାରେ ମଣ୍ଡି ସମସ୍ୟାକୁ ନେଇ ଆରଡିସି ଆଲୋଚନା ବିଫଳ ହେବା ପରେ ସରକାରଙ୍କୁ 72 ଘଣ୍ଟାର ମହଲତ ଦେଇଥିବା ବିଜେପି ଆନ୍ଦୋଳନକୁ ଆହୁରି ବ୍ୟାପକ କରିବାକୁ ଯୋଜନା କରୁଛି। ଅନ୍ୟପଟେ ଉଭୟ ବିଜେପି ଓ ବିଜେଡି ସରକାରରେ ଥାଇ କୃଷକଙ୍କ ସମସ୍ୟାର ସମାଧାନ ନ କରି ଡ୍ରାମା କରୁଛନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ । କୃଷକ ଜୀବନ ସହ ଖେଳ ଖେଳାଯାଉଥିବା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ ।