ଓଡିଶା

odisha

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ, ଶାସକ ବିଜେଡି ଉପରେ ସମସ୍ତଙ୍କ ନଜର

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ନେଇ ସରଗରମ ରାଜ୍ୟ ରାଜନୀତି । ଶାସକ ବିଜେଡି କାହାକୁ ସମର୍ଥନ ଦେବ ସେ ନେଇ ଆରମ୍ଭ ହୋଇଛି ବୟାନବାଜି । ଅଧିକ ପଢନ୍ତୁ...

By

Published : Sep 11, 2020, 5:49 PM IST

Published : Sep 11, 2020, 5:49 PM IST

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ, ଶାସକ ବିଜେଡି ଉପରେ ସମସ୍ତଙ୍କ ନଜର
ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ, ଶାସକ ବିଜେଡି ଉପରେ ସମସ୍ତଙ୍କ ନଜର

ଭୁବନେଶ୍ବର: ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ନେଇ ସରଗରମ ରାଜ୍ୟ ରାଜନୀତି । ଶାସକ ବିଜେଡି କାହାକୁ ସମର୍ଥନ ଦେବ ସେ ନେଇ ଆରମ୍ଭ ହୋଇଛି ବୟାନବାଜି । ସେପଟେ ବିଜେଡି ତରଫରୁ ହ୍ବିପ ଜାରି କରାଯାଇ ସୋମବାର ସମସ୍ତ ସାଂସଦଙ୍କୁ ଉପସ୍ଥିତ ରହିବାକୁ କୁହାଯାଇଛି ।

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ, ଶାସକ ବିଜେଡି ଉପରେ ସମସ୍ତଙ୍କ ନଜର

ଗୁରୁବାର ଜେଡିୟୁ ସୁପ୍ରିମୋ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଥିଲେ । ଏଥିସହ ଜେଡିୟୁ ସମର୍ଥିତ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେବାକୁ ଅନୁରୋଧ କରିଛନ୍ତି । ତେବେ ବିଜେଡି କାହାକୁ ସମର୍ଥନ କରିବ ସେ ନେଇ ଦଳର ସୁପ୍ରିମୋ ନୀରବ ରହିଛନ୍ତି । ଦଳର ସାଂସଦ କହିଛନ୍ତି କି, ସୁପ୍ରିମୋ ଯାହା ନିଷ୍ପତ୍ତି ନେବେ ।

ଏପଟେ କଂଗ୍ରେସ କହିଛି, ସବୁ ଆଞ୍ଚଳିକ ଦଳ ସମେତ ଏନଡିଏ ବିରୋଧୀ ଦଳଙ୍କ ସମର୍ଥନ ଲୋଡ଼ାଯାଇଛି । ସଂଖ୍ୟା ଦୃଷ୍ଟିରୁ ଯଦିଓ ଏନଡିଏ ଆଗରେ ରହିଛି ତେବେ ବିଜେଡି ଭଳି ଆଞ୍ଚଳିକ ଦଳ ନିର୍ଣ୍ଣାୟକ ନିଷ୍ପତ୍ତି ନେବେ । ଦଳର ପୂର୍ବତନ ସାଂସଦ ରାମ ଖୁଣ୍ଟିଆ କହିଛନ୍ତି, ବିଜେଡି ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କୁ ସମର୍ଥନ କରିବ । ଏଥିରେ ସନ୍ଦେହ ନାହିଁ । ବିଜେଡି ସବୁବେଳେ ଏନଡିଏ ସହିତ ରହି ଆସିଛି ।

ତେବେ ସାଂସଦ ସପ୍ତଗିରି ଇଲାକା କହିଛନ୍ତି, ତୀବ୍ର ପ୍ରତିଦ୍ବନ୍ଦିତା ରହିବ । କଂଗ୍ରେସ ସମର୍ଥନ ଗୋଟାଉଛି । ସେପଟେ ବିଜେପି ସାଂସଦ ସୁରେଶ ପୂଜାରୀ ଏହାକୁ ତାତ୍ସଲ୍ୟ କରି କହିଛନ୍ତି କି କଂଗ୍ରେସ ନେତାଙ୍କ ଚଷମା ଖରାପ ହୋଇଗଲାଣି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details