ଓଡିଶା

odisha

ETV Bharat / city

ରାଜ୍ୟରେ ବି ବଢିବ ଗାଡି କାଗଜପତ୍ର ପଞ୍ଜିକରଣ ବୈଧତା - ରାଜ୍ୟ ପରିବହନ ମନ୍ତ୍ରୀ

ଗତକାଲି କେନ୍ଦ୍ର ସରକାର ଗାଡି କାଗଜପତ୍ର ପଞ୍ଜିକକରଣ ବୈଧତା ବୃଦ୍ଧି କରିଛନ୍ତି । ରାଜ୍ୟରେ ଏହା ଲାଗୁ ହେବ ନାହିଁ ସେନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଅଧିକ ପଢନ୍ତୁ...

ରାଜ୍ୟରେ ବି ବଢିବ ଗାଡି କଗାଜପତ୍ର ପଞ୍ଜିକରଣ ବୈଧତା
ରାଜ୍ୟରେ ବି ବଢିବ ଗାଡି କଗାଜପତ୍ର ପଞ୍ଜିକରଣ ବୈଧତା

By

Published : Jun 10, 2020, 3:01 PM IST

Updated : Jun 10, 2020, 4:28 PM IST

ଭୁବନେଶ୍ବର: କେନ୍ଦ୍ର ସରକାର ସେପ୍ଟେମ୍ବର 30 ଯାଏ ଗାଡି କାଗଜପତ୍ରର ବୈଧତା ବୃଦ୍ଧି କରିଛନ୍ତି । ଜୁନ 30 ପରେ ସମସ୍ତ ବୈଧତା ଶେଷ ହେଉଥିଲା । ଖୁବଶୀଘ୍ର ଏହା ରାଜ୍ୟ ଲାଗୁ କରାଯିବ ବୋଲି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

ରାଜ୍ୟରେ ବି ବଢିବ ଗାଡି କାଗଜପତ୍ର ପଞ୍ଜିକରଣ ବୈଧତା

ତୃତୀୟ ଥର ପାଇଁ କେନ୍ଦ୍ର ସରକାର ଗାଡି କାଗଜପତ୍ରର ଅବଧି ବୃଦ୍ଧି କରିଛନ୍ତି । ଗାଡିର ଫିଟନେସ, ଅନୁମତି(ସମସ୍ତ ପ୍ରକାର), ଡ୍ରାଇଭିଂ ଲାଇସେନ୍ସ, ପଞ୍ଜିକରଣ କିମ୍ବା ଅନ୍ୟ କୌଣସି ଦଲିଲ ସେପ୍ଟେମ୍ବର 30 ଯାଏଁ ବୈଧ ରହିବ । ଏନେଇ ରାଜ୍ୟ ପରିବହନ ମନ୍ତ୍ରୀ କହିଛନ୍ତି, ଲକଡାଉନ କାରଣକୁ କେନ୍ଦ୍ର ସରକାର ଗାଡି ବୈଧତାକୁ ବୃଦ୍ଧି କରିଛନ୍ତି । ମୋଟର ଭେଇକିଲ ଆଇନ କେନ୍ଦ୍ର ଅଧିନରେ ଆସୁଛି । ତେଣୁ କେନ୍ଦ୍ରର ଅବଧି ପରେ ନିଶ୍ଚୟ ରାଜ୍ୟରେ ମଧ୍ୟ ବଢିବ।

ଆଜି ଏନେଇ ବିଭାଗର କର୍ମକର୍ତ୍ତାଙ୍କ ସହ ବିଚାରବିମର୍ଶ କରି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରାଯିବ । ଏଥିପାଇଁ ଲୋକଙ୍କୁ ବିଚଳିତ ନ ହେବାକୁ ନ କହିଛନ୍ତି ମନ୍ତ୍ରୀ ପଦ୍ମନାଭ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Jun 10, 2020, 4:28 PM IST

ABOUT THE AUTHOR

...view details