ଓଡିଶା

odisha

ETV Bharat / city

RKVYର ରାଜ୍ୟ ସ୍ତରୀୟ ପ୍ରୋଜେକ୍ଟ ସ୍କ୍ରିନି କମିଟି ବୈଠକ - rkvy meeting held at bhubaneswar

ଆରକେଭିଓ୍ଵାଇର ରାଜ୍ୟ ସ୍ତରୀୟ ପ୍ରୋଜେକ୍ଟ ସ୍କ୍ରିନି କମିଟି ବୈଠକ ଲୋକସଭା ଭବନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା ।

ଫାଇଲ ଫଟୋ

By

Published : Sep 19, 2019, 10:50 PM IST

ଭୁବନେଶ୍ବର: ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା(ଆରକେଭିୱାଇ)ର ରାଜ୍ୟ ସ୍ତରୀୟ ପ୍ରୋଜେକ୍ଟ ସ୍କ୍ରିନି କମିଟି ଗୁରୁତ୍ବପୂର୍ଣ୍ଣ ବୈଠକ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଲୋକସଭା ଭବନରେ ବସିଥିବା ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା ।

ଉକ୍ତ ବୈଠକରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ଗୁଡିକର ଅଗ୍ରଗତି ଓ ସ୍ଥିତି ଉପରେ ସମୀକ୍ଷା କରାଯାଇଥିଲା । ବର୍ତ୍ତମାନ ରାଜ୍ୟରେ ଆରକେଭିୱାଇ ଅଧିନରେ ୨୬୭ଟି ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ନେଇ ସୂଚନା ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ । ଯଥାଶୀଘ୍ର ପ୍ରକଳ୍ପ କାର୍ଯ୍ୟ ଶେଷ ହେଲେ କିସ୍ତି ଦିଆଯିବ ବୋଲି ସେ କହିଥିଲେ । ତେବେ ରାଜ୍ୟର କୃଷି ଓ ଆନୁସଙ୍ଗିକ ବିକାଶ ପାଇଁ ଏହି ପ୍ରକଳ୍ପ କରାଯାଉଛି ।

ଏହି ବୈଠକରେ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ବିଭାଗର ଶାସନ ସଚିବ ଆର. ରଘୁପ୍ରସାଦଙ୍କ ସହ ବହୁ ପ୍ରମୁଖ ବ୍ୟକ୍ତି ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details