ଭୁବନେଶ୍ବର: 32 ତମ ଜାତୀୟ ସୁରକ୍ଷା ମାସରେ ରାଜ୍ୟସ୍ତରୀୟ ପଦଯାତ୍ରା ଆରମ୍ଭ । କିଟ୍ କ୍ୟାମ୍ପସରୁ ଚନ୍ଦ୍ରଶେଖରପୁର ଡ୍ରାଇଭିଂ ଟେଷ୍ଟ ଟ୍ରାକ ଯାଏଁ ପଦଯାତ୍ରା କରାଯାଇଛି। ଏହି ପଦଯାତ୍ରାରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ପରିବହନ କମିଶନର, ପରିବହନ ବିଭାର ସଚିବ ଉପସ୍ଥିତ ଥିଲେ । ଏହି ଅବସରରେ ଯମପୁରରୁ ମର୍ତ୍ତ୍ୟମଣ୍ଡଳକୁ ଆସି ଯମରାଜ ବାଣ୍ଟିଛନ୍ତି ସୁରକ୍ଷା ବାର୍ତ୍ତା । ସଡକ ସୁରକ୍ଷା ଜୀବନ ରକ୍ଷା ବାର୍ତ୍ତା ଅଭିନୟ ମାଧ୍ୟମରେ ଲୋକଙ୍କୁ ସଚେତନ କରିଛନ୍ତି ଯମ ବେଶଭୂଷାରେ ଆଭୂଷିତ କଳାକାର । ଯମରାଜଙ୍କ ସହ ଚିତ୍ରଗୁପ୍ତ ମିଶି ଜନ ସଚେତନତା ଦିଆଯାଇଥିଲା ।
ଗତ 2019ରେ ରାଜ୍ୟରେ ସଡକ ଦୁର୍ଘଟଣାରେ 1 ଲକ୍ଷ 51 ହଜାର ଦୁର୍ଘଟଣା ଘଟିଛି । ବିଭିନ୍ନ ସଚେତନ କାର୍ଯ୍ୟକ୍ରମ ତଥା ପଦଯାତ୍ରା ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇ ଦୁର୍ଘଟଣା କମାଯାଇ ପାରିବ ବୋଲି ପରିବହନ ବିଭାଗ ପ୍ରମୁଖ ସଚିବ ମଧୁସୂଦନ ପାଢୀ କହିଛନ୍ତି । ଆଗାମୀ ଦିନରେ ରାଜ୍ୟରେ ରାମେଶ୍ବରରୁ ପାଣି କୋଇଲି ପର୍ଯ୍ୟନ୍ତ ଜାତୀୟ ରାଜପଥରେ ପ୍ରତି 4ରୁ 5 କିଲୋମିଟରରେ ସିସିଟିଭ ଲାଗିବ । ଏହା ଦ୍ବାରା ଦ୍ରୁତଗତିରେ ଯାଉଥିବା ଗାଡି ଉପରେ ନଜର ରଖାଯାଇପାରିବ । ଏଥିପାଇଁ 20 କୋଟି ଟଙ୍କା ଖର୍ଚ୍ଚ ହେବ ।ଏହା ସହ ନକଲି ପ୍ଲେଟଧାରୀଙ୍କୁ ସହଜରେ ଚିହ୍ନଟ ହୋଇପାରିବେ ।