ଓଡିଶା

odisha

ETV Bharat / city

ରାଜ୍ୟ ସ୍ତରୀୟ ପେନସନ ଅଦାଲତ: ମାସକୁ ଥରେ ଅଭିଯୋଗର ଶୁଣାଣୀ ହେବ - ପେନସନ ଅଦାଲତ

ପ୍ରିନସପାଲ ଏଜିଙ୍କ କାର୍ଯ୍ୟାଳୟରେ ରାଜ୍ୟ ସ୍ତରୀୟ ପେନସନ ଅଦାଲତ ଅନୁଷ୍ଠିତ । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୨୦୦୦ ରୁ ୨୫୦୦ ମଧ୍ୟରେ ମାମଲା ପଡିରହିଥିବା ବେଳେ ଅନ୍ୟ ସମସ୍ତ ଜିଲ୍ଲାରେ ୨୦୦ ରୁ ୩୦୦ ମଧ୍ୟରେ ଅଭିଯୋଗ ରହିଛି । ଅଧିକ ପଢନ୍ତୁ

ରାଜ୍ୟ ସ୍ତରୀୟ ପେନସନ ଅଦାଲତ:ଖୋର୍ଦ୍ଧାରେ ସର୍ବାଧିକ ଅଭିଯୋଗ, ମାସକୁ ଥରେ ଅଭିଯୋଗ ଶୁଣାଣୀ କରିବାକୁ ଲକ୍ଷ୍ୟ
ରାଜ୍ୟ ସ୍ତରୀୟ ପେନସନ ଅଦାଲତ:ଖୋର୍ଦ୍ଧାରେ ସର୍ବାଧିକ ଅଭିଯୋଗ, ମାସକୁ ଥରେ ଅଭିଯୋଗ ଶୁଣାଣୀ କରିବାକୁ ଲକ୍ଷ୍ୟ

By

Published : Jul 28, 2022, 8:31 PM IST

ଭୁବନେଶ୍ବର : ଚାକିରୀରୁ ନେଲେଣି ଅବସର ହେଲେ ମିଳୁନି ପୁରା ପେନସନ । କାହାକୁ ଜିପିଏଫ ମାଚ୍ୟୁରିଟି ମିଳିନି ତ ଆଉ କାହାକୁ ଅବସରର ୧୫ ବର୍ଷ ପରେ ବି ରିଭାଇଜ ପେନସନ ସ୍କେଲ ମିଳିନି ତ ଆଉ କିଏ ଏ ଅଫିସରୁ ସେ ଅଫିସ ଦୌଡ଼ି ଦୌଡ଼ି ନୟାନ୍ତ ହେଲାଣି । ତେବେ ଭୁବନେଶ୍ବର ପ୍ରିନସପାଲ ଏଜିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପେନସନ ଅଦାଲତରେ ଏଭଳି କିଛି ଦେଖିବାକୁ ମିଳିଥିଲା ।

ରାଜ୍ୟ ସ୍ତରୀୟ ପେନସନ ଅଦାଲତ:ଖୋର୍ଦ୍ଧାରେ ସର୍ବାଧିକ ଅଭିଯୋଗ, ମାସକୁ ଥରେ ଅଭିଯୋଗ ଶୁଣାଣୀ କରିବାକୁ ଲକ୍ଷ୍ୟ

ପ୍ରିନସପାଲ ଏଜିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପେନସନ ଅଦାଲତରେ ଲୋକଙ୍କ ପେନସନ ସମସ୍ୟାର ସମାଧାନ କରାଯାଇଛି । ସେପଟେ ବିଭାଗ ବିଭାଗ ମଧ୍ୟରେ ସମନ୍ବୟର ଅଭାବ, ଅଦାଲତି ମାମଲା ଭଳି ଭିନ୍ନ ଭିନ୍ନ କାରଣରୁ ରାଜ୍ୟର ପେନସନ ସମ୍ପର୍କିତ ମାମଲା ବଢୁଛି । ଏହାସହ କୋରୋନା କାଳରେ ଏହି ମାମଲା ଗୁଡିକ ସଂଖ୍ୟା ବଢିଛି । ଫ୍ୟାମିଲି ପେନସନ, ରିଭାଇଜ ପେନସନ ସହ ଅବସର କାଳୀନ ଜିପିଏଫ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପେନସନଭୋଗୀ । ଏସବୁ ସସ୍ୟାର ସମାଧାନ କରିବାକୁ ଯୋଜନା କରିଛନ୍ତି ପ୍ରଧାନ ମହାଲେଖାଗାର ।

ଏଣିକି ଏସବୁ ସମସ୍ୟାର ସମାଧାନ ପାଇଁ ଡୋର ଷ୍ଟେପ ସର୍ଭିସ ଯୋଗାଇ ଦିଆଯିବ । ଜିଲ୍ଲା ସ୍ତରୀୟ ପେନସନ ଅଦାଲତକୁ ବ୍ୟାପକ କରାଯିବା । ଜଣେ ଅବସର ନେବାର ୪ ରୁ ୬ ମାସ ପୂର୍ବରୁ ପେନସନ ସମ୍ପର୍କିତ କାଗଜପତ୍ରକୁ ଅପଡେଟ କରାଯିବ ବୋଲି କହିଛନ୍ତି ପ୍ରଧାନ ମହାଲେଖଗାର ଅନନ୍ତ କେଶରୀ ବେହେରା । ସେ ଆହୁରି କହିଛନ୍ତି ଯେ, ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୨୦୦୦ ରୁ ୨୫୦୦ ମଧ୍ୟରେ ମାମଲା ପଡିରହିଥିବା ବେଳେ ଅନ୍ୟ ସମସ୍ତ ଜିଲ୍ଲାରେ ୨୦୦ ରୁ ୩୦୦ ମଧ୍ୟରେ ଅଭିଯୋଗ ରହିଛି । ଏହାକୁ ଖୁବଶୀଘ୍ର ସମାଧାନ କରିବାକୁ ଚେଷ୍ଟା କରାଯାଉଛି । ପଶ୍ଚିମ ଓଡ଼ିଶାରେ ପ୍ରତି ମାସରେ ଗୋଟିଏ ଦିନ ଏଭଳି ପେନସନ ଅଦାଲତ କରାଯିବ ବୋଲି ଚିନ୍ତା କରାଯାଉଛି । ଯାହାଫଳରେ ଦୂରରୁ ଆସୁଥିବା ଅବସରପ୍ରାପ୍ତ କର୍ମଚାରୀମାନେ ପାଖରେ ନିଜର ଅଭିଯୋଗକୁ ଦେଇପାରିବେ ।

ଭୁବନେଶ୍ବର,ଇଟିଭି ଭାରତ

ABOUT THE AUTHOR

...view details