ଭୁବନେଶ୍ବର: ମାନକୀକରଣ ଓ ଗୁଣବତ୍ତା ପ୍ରଣାଳୀ ଉପରେ ନବମ ରାଜ୍ୟସ୍ତରୀୟ ସମ୍ମିଳନୀ ସ୍ଥାନୀୟ ରାଜ୍ୟ ସମବାୟ ବ୍ୟାଙ୍କ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟର ଆଗାମି ଦିନରେ ବିଭିନ୍ନ ପ୍ରକାର ପଦାର୍ଥ ସହିତ ସେବା, ରାସ୍ତାଘାଟ, ପର୍ଯ୍ୟଟନସ୍ଥଳୀ, ଖାଦ୍ୟ ଉପକରଣ ଆଦିର ଉତ୍ତମ ସେବା ଲୋକମାନଙ୍କ ନିକଟରେ ପହଁଞ୍ଚିବ ତାହା ନେଇ ଏହି ବୈଠକରେ ଆଲୋଚନା ହୋଇଥିଲା।
କିପରି ସାଧାରଣ ଲୋକ ଯେଉଁ ଦ୍ରବ୍ୟ ବା ସେବା ଗ୍ରହଣ କରିଛି ତାହା ଉତ୍ତମ ମାନଦଣ୍ଡ ଦ୍ବାରା ପରୀକ୍ଷିତ କି ନାହିଁ ତାହାକୁ ତ୍ଵରାନ୍ବିତ କରାଯିବ ପାଇଁ ଏହି ବୈଠକରେ ଆଲୋଚନା କରାଯାଇଥିବା ରାଜ୍ୟ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ତଥା ଏହି କମିଟିର ଅଧ୍ୟକ୍ଷ ଶ୍ରୀଯୁକ୍ତ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରକାଶ କରିଛନ୍ତି।
ଏହି ବୈଠକରେ ରାଜ୍ୟପାଳଙ୍କ ଦ୍ବାରା ମାନକୀକରଣ ଓ ଗୁଣବତ୍ତା ପ୍ରଣାଳୀ କମିଟିର ସଦସ୍ୟମାନଙ୍କ ସହିତ ଓଡିଶା ଭାରତୀୟ ମାନକ ବ୍ୟୁର ଭୁବନେଶ୍ବର ଶାଖା ମୁଖ୍ୟ ଏ ଚକ୍ରବର୍ତ୍ତୀ, କମିଟିର ଉପାଧ୍ୟକ୍ଷ ତଥା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଖାଉଟି କଲ୍ୟାଣ ବିଭାଗ ସଚିବ ଭି ଭି ଯାଦବ, ପୂର୍ବତଟ ଉପମହାନିର୍ଦ୍ଦେଶକ କେସିଏସ ବିଷ୍ଟ ଓ ଅନ୍ୟାନ୍ୟ ଅଧିକାରୀମାନେ ଯୋଗଦେଇଥିଲେ।