ଭୁବନେଶ୍ବର : ପ୍ରଥମ ଥର ପାଇଁ ଓଡ଼ିଶାରେ ହେବ ରାଜ୍ୟସ୍ତରୀୟ ଆନ୍ତଃ ବିଶ୍ଵବିଦ୍ୟାଳୟ ପ୍ରତିଯୋଗିତା । ଏନେଇ ଉନ୍ମୋଚିତ ହେଲା ଓଡ଼ିଶା ଆନ୍ତଃ ବିଶ୍ଵବିଦ୍ୟାଳୟ ପ୍ରତିଯୋଗିତାର ଲୋଗୋ। ଏହାକୁ ଉନ୍ମୋଚିତ କଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ରାଜ୍ୟରେ ଉଭୟ ସରକାରୀ ଓ ବେସରକାରୀ ବିଶ୍ଵ ବିଦ୍ୟାଳୟ ପାଖାପାଖି ୩୫ ରୁ ୪୦ ଟି ହେଲାଣି ।
ଏହି ପ୍ରତିଯୋଗିତାରେ ୧.୮୦ କୋଟି ଟଙ୍କା ଖର୍ଚ୍ଚ ହେବ । ଯାହାକି ସମ୍ପୂର୍ଣ୍ଣ ଖର୍ଚ୍ଚ ରାଜ୍ୟ ସରକାର ଉଠେଇବେ। ୩ଟି ପର୍ଯ୍ୟାୟରେ ପ୍ରତିଯୋଗିତା ହେବ । ଯେମିତିକି ଆଥଲେଟିକ, ସ୍ପୋର୍ଟସ ଏବଂ କଲଚରାଲ ପ୍ରୋଗ୍ରାମ ଆୟୋଜନ କରାଯିବ । ଆସନ୍ତା ଜାନୁୟାରୀ ୧୦ ରୁ ୧୨ ତାରିଖ ମଧ୍ୟରେ ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟରେ ଆଥଲେଟିକ ଆୟୋଜନ କରାଯିବ । ଜାନୁୟାରୀ ୨୧ ରୁ ୨୪ ତାରିଖ ପର୍ଯ୍ୟନ୍ତ ମହାରାଜ ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓ ବିଶ୍ଵ ବିଦ୍ୟାଳୟରେ ସପୋର୍ଟ ଆୟୋଜନ କରାଯିବ ।