ଓଡିଶା

odisha

ETV Bharat / city

ରାଜ୍ୟସ୍ତରୀୟ ସ୍ବାଧିନତା ଦିବସ ସମାରୋହ, ସୁରକ୍ଷା ବ୍ୟବସ୍ଥା କଡାକଡି - ସ୍ବାଧିନତା ଦିବସ ସମାରୋହ

ରାଜ୍ୟସ୍ତରୀୟ ପରେଡରେ ପରେଡ ଅଭିବାଦନ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କମିସନରେଟ ପୋଲିସ ପକ୍ଷରୁ ଗ୍ରହଣ କରାଯାଇଛି କଡା ସୁରକ୍ଷା ବ୍ୟବସ୍ଥା । ଅଧିକ ପଢନ୍ତୁ

ରାଜ୍ୟସ୍ତରୀୟ ସ୍ବାଧିନତା ଦିବସ ସମାରୋହ, ପ୍ରଦର୍ଶନୀ ପଡିଆରେ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ
ରାଜ୍ୟସ୍ତରୀୟ ସ୍ବାଧିନତା ଦିବସ ସମାରୋହ, ପ୍ରଦର୍ଶନୀ ପଡିଆରେ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ

By

Published : Aug 15, 2022, 8:07 AM IST

ଭୁବନେଶ୍ବର: ଆଜି ଦେଶ ପାଳୁଛି 76ତମ ସ୍ବାଧୀନତା ଦିବସ । ଏନେଇ ଉତ୍ସବ ମୁଖର ଦିଲ୍ଲୀରୁ ପଲ୍ଲୀ । ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳନ ସମାରୋହ(Independence Day Celebration)ରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସକାଳ ୯ଟା ସମୟରେ ପରେଡ ଅଭିବାଦନ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ ।

ଏନେଇ‌ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ଆୟୋଜନ ହୋଇଛି । ପରେଡ ପରିବେଷଣ କରିବେ ଓଡ୍ରାଫ ଟିମ୍ ସହ ଓଏଏସପି ବାଟାଲିୟନ ଓ ଓଏସଜି ଗ୍ରୁପର ଯବାନ । ପୋଲିସ ବ୍ୟାଣ୍ଡ ତାଳେ ତାଳେ ପରେଡ ପରିବେଷଣ କରିବେ ମୋଟ ୪ଟି ଟିମ୍ । ଏନେଇ କୋଭିଡ ପାଇଁ କଟକଣା ରହିଥିବା ବେଳେ ଭିଭିଆଇପି ଓ ବରିଷ୍ଠ ଅଫିସରମାନେ ମଧ୍ୟ ଉପସ୍ଥିତ ରହିବେ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଶେଷରେ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡ଼ିଜିଙ୍କ ଉପସ୍ଥିତିରେ ପରେଡ ଅଭିବାଦନ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ । ପରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ ନବୀନ ।

ସୁରକ୍ଷା ପାଇଁ ପରେଡ ଗ୍ରାଉଣ୍ଡ ବା ପ୍ରଦର୍ଶନୀ ପଡିଆରେ ନିୟୋଜିତ ହୋଇଛନ୍ତି ୧୫ ପ୍ଲାଟୁନ ପୋଲିସ ଫୋର୍ସ । ମୁଖ୍ୟମନ୍ତ୍ରୀଙ୍କ ସହ ଭିଭିଆଇପିଙ୍କ ଉପସ୍ଥିତିକୁ ଦୃଷ୍ଟିରେ ‌ରଖି ୩ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପଡିଆ ଭିତରେ ଓ ବାହାରେ ବନ୍ଧୁକଧାରୀ ପୋଲିସ ମୁତୟନ ରହିବା ସହ ଡଗ୍ ସ୍କ୍ବାର୍ଡ ଓ ବମ ସ୍କ୍ବାର୍ଡ ମଧ୍ୟ ଉପସ୍ଥିତ ରହିବେ । ସୁରକ୍ଷା ଓ ସଜାଗ ପାଇ ଫାୟାର ଟିମ ସହ ଆମ୍ବୁଲାନ୍ସ ମଧ୍ୟ ପ୍ରସ୍ତୁତ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details