ଓଡିଶା

odisha

ETV Bharat / city

ସ୍ବାଧିନତା ଦିବସର ସିକ୍ରେଟ ପ୍ଲାନ, ସ୍କାନରରେ ସିଏମଙ୍କ ସୁରକ୍ଷା - ରାଜ୍ୟସ୍ତରୀୟ ସ୍ବାଧିନତା ଦିବସ

ସ୍ବାଧିନତା ଦିବସର ସିକ୍ରେଟ ପ୍ଲାନ । ବଦଳିପାରେ ପରେଡ ପ୍ଲେସ୍ । ପୋଲିସ ସ୍କାନରରେ ସିଏମ ସୁରକ୍ଷା । ବଦଳିପାରେ ରାଜ୍ୟସ୍ତରୀୟ ସ୍ବାଧିନତା ଦିବସ ପାଳନର ଠିକଣା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Aug 3, 2019, 5:02 PM IST

Updated : Aug 3, 2019, 5:27 PM IST

ଭୁବନେଶ୍ବର: ଗାନ୍ଧୀମାର୍ଗ ପରିବର୍ତ୍ତେ ଅନ୍ୟ ସ୍ଥାନରେ ହୋଇପାରେ ରାଜ୍ୟସ୍ତରୀୟ ସ୍ବାଧିନତା ଦିବସ ପାଳନ । ପୋଲିସ ସ୍କାନରରେ ସିଏମଙ୍କ ସୁରକ୍ଷା । ସେପଟେ ଚାଲିଛି ସିକ୍ରେଟ ପ୍ଲାନ । ସ୍ବାଧିନତା ଦିବସକୁ ଧୁମଧାମରେ ପାଳନ କରିବାକୁ ରାଜ୍ୟ ସରକାର ଯୋଜନା କରୁଥିବା ବେଳେ ସୁରକ୍ଷା ବନ୍ଦୋବସ୍ତ ନେଇ ତୟାରୀ ଆରମ୍ଭ କରିଛି ପୋଲିସ ପ୍ରଶାସନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏନେଇ ତିନୋଟି ସ୍ଥାନର ପରିଦର୍ଶନ କରିଛନ୍ତି ପୋଲିସ ପ୍ରଶାସନ ଓ ସରକାରଙ୍କ ସୂଚନା ପ୍ରସାରଣ ବିଭାଗର ଅଧିକାରୀ । ପୋଲିସ ଡିଜିଙ୍କ ନେତୃତ୍ବରେ ଏକ ଟିମ ପ୍ରଦର୍ଶନୀ ପଡିଆ, ଜନତା ମଇଦାନ, କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କରିଛନ୍ତି । ସମସ୍ତ ସୁରକ୍ଷା ଓ ନିରାପତ୍ତାର ଏକ ଷ୍ଟାଟସ ରିପୋର୍ଟ ପ୍ରସ୍ତୁତ ପରେ ନିଷ୍ପତ୍ତି ନେବେ ସରକାର । କାରଣ ମୁଖ୍ୟମନ୍ତ୍ରୀ ରାଜ୍ୟସ୍ତରୀୟ ସ୍ବାଧିନତା ଦିବସ ସମାରୋହର ରହିବେ ମୁଖ୍ୟ ଅତିଥି ।

ଖାଲି ଏତିକି ନୁହେଁ, ପରେଡରେ ଭାଗ ନେବାକୁ ଥିନା ଛାତ୍ରଛାତ୍ରୀ, ହାଇପ୍ରୋଫାଇଲ ନେତା ଓ ସାଧାରଣ ଲୋକଙ୍କ ସୁରକ୍ଷା ମଧ୍ୟ ଗୁରୁତ୍ବପୂର୍ଣ୍ଣ । ଏହି ଦୃଷ୍ଟିରୁ ଏହା ଅତ୍ୟନ୍ତ ସମ୍ବେଦନଶୀଳ । ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବକୁ ସ୍ବତନ୍ତ୍ର ଭାବେ ଆୟୋଜନ କରାଯାଇଥିଲା । ତେବେ ସ୍ବାଧିନତା ଦିବସ ପାଳନ ପାଇଁ କ’ଣ ନିଷ୍ପତ୍ତି ନିଆଯାଉଛି ତାହା ଦେଖିବାକୁ ବାକି ରହିଲା ।


ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Aug 3, 2019, 5:27 PM IST

ABOUT THE AUTHOR

...view details