ଓଡିଶା

odisha

ETV Bharat / city

ମାର୍ଚ୍ଚ ୧୪ରୁ ପଞ୍ଚମ ବେଦର ରାଜ୍ୟସ୍ତରୀୟ ନାଟକ ମହୋତ୍ସବ - ପଞ୍ଚମ ବେଦର ରାଜ୍ୟସ୍ତରୀୟ ନାଟକ ମହୋତ୍ସବ

ମାର୍ଚ୍ଚ 14ରୁ ରାଜଧାନୀର ଉଞ୍ଜକଳା ମଣ୍ଡପରେ ଅନୁଷ୍ଠିତ ହେବ ପଞ୍ଚମବେଦର ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଓ ପଞ୍ଚମବେଦ ସମ୍ମାନ-2021 । ଅଧିକ ପଢନ୍ତୁ...

ପଞ୍ଚମ ବେଦର ରାଜ୍ୟସ୍ତରୀୟ ନାଟକ ମହୋତ୍ସବ
ପଞ୍ଚମ ବେଦର ରାଜ୍ୟସ୍ତରୀୟ ନାଟକ ମହୋତ୍ସବ

By

Published : Mar 11, 2021, 11:08 AM IST

ଭୁବନେଶ୍ବର:ମାର୍ଚ୍ଚ 14ରୁ ରାଜଧାନୀର ଉଞ୍ଜକଳା ମଣ୍ଡପରେ ଅନୁଷ୍ଠିତ ହେବ ପଞ୍ଚମବେଦର ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଓ ପଞ୍ଚମବେଦ ସମ୍ମାନ-2021 । କୋରୋନା ମହାମାରୀର ସମସ୍ତ ନିୟମକୁ ପାଳନ କରି ମହୋତ୍ସବ ପାଳନ ହେବ ।

ମାର୍ଚ୍ଚ ୧୪ରୁ ପଞ୍ଚମ ବେଦର ରାଜ୍ୟସ୍ତରୀୟ ନାଟକ ମହୋତ୍ସବ

ଏହି ହାସ୍ୟରସାତ୍ମକ ନାଟକ ମହୋତ୍ସବକୁ ସଫଳ କରିବା ପାଇଁ ମୁଖ୍ୟ ସହଯୋଗୀ ଭାବେ ‘ସ୍ରଷ୍ଟି ଥିଏଟର' ଭୁବନେଶ୍ବର ସହଯୋଗିତାର ହାତ ବଢ଼ାଇଛି । ମାର୍ଚ୍ଚ ୧୪ ତାରିଖ ଉଦଘାଟନି ସଂନ୍ଧ୍ୟାରେ ‘ଡାଇନାମିକ୍ ପ୍ଲାଟଫର୍ମ’, ଭୁବନେଶ୍ବରର ନାଟକ ‘ଅଭିନେତ୍ରୀ’ ମଞ୍ଚସ୍ଥ ହେବ । ଏତତ ବ୍ୟତୀତ 15 ତାରିଖରେ କଳିଙ୍ଗ କଳା ପରିଷଦ, ରାଉରକେଲାର ନାଟକ ‘ହାଇୱେ କୀଳା” 16 ତାରିଖରେ ବିଦ୍ୟାକନକ ସୃଜାନୁଷ୍ଠାନର ନାଟକ 'ଅଲ୍ଲୀ ଆଲୋକ ଆଲବର୍ଟ ମଞ୍ଚସ୍ଥ ହେବ ।

17 ତାରିଖରେ ସୁଖ, ବାଲେଶ୍ବରର ନାଟକ ‘ହାଟବାହୁଡ଼ା’ ଓ ଉଦଯାପନୀ ସଂନ୍ଧ୍ୟାରେ ମ୍ୟାଜିକ୍ ଥିଏଟର, ଭୁବନେଶ୍ବରର ନାଟକ ‘ସୋମରସ' ପ୍ରତ୍ୟହ ସନ୍ଧ୍ୟା ୭ଟାରେ ଭଞ୍ଜକଳା ମଣ୍ଡପଠାରେ ପରିବେଷଣ କରାଯିବ। ଏହି ମହୋତ୍ସବ 14ରୁ 18 ତାରିଖ ପର୍ଯ୍ୟନ୍ତ ହେବ ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

ABOUT THE AUTHOR

...view details