ଓଡିଶା

odisha

ETV Bharat / city

ଆଜି ବସିବ ରାଜ୍ୟସ୍ତରୀୟ ବିପର୍ଯ୍ୟୟ ପରିଚାଳନା ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ - ରାଜ୍ୟସ୍ତରୀୟ ବିପର୍ଯ୍ୟୟ ପରିଚାଳନା ବୈଠକ

ଆଜି ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ଅଧିକ ପଢନ୍ତୁ

ଆଜି ବସିବ ରାଜ୍ୟସ୍ତରୀୟ ବିପର୍ଯ୍ୟୟ ପରିଚାଳନା ବୈଠକ
ଆଜି ବସିବ ରାଜ୍ୟସ୍ତରୀୟ ବିପର୍ଯ୍ୟୟ ପରିଚାଳନା ବୈଠକ

By

Published : Jun 17, 2022, 8:10 AM IST

Updated : Jun 17, 2022, 8:47 AM IST

ଭୁବନେଶ୍ବର:ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ପ୍ରସ୍ତୁତ ହେବ ବ୍ଲପ୍ରିଣ୍ଟ । ଆଜି (ଶୁକ୍ରବାର) ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ବିପର୍ଯ୍ୟୟର ମୁକାବିଲା ଲାଗି ପ୍ରଶାସନକୁ ପରାମର୍ଶ ଦେବେ ମୁଖ୍ୟମନ୍ତ୍ରୀ ।

ଗତ କିଛି ବର୍ଷ ହେଲା ପ୍ରାକୃତିକ ବିପର୍ଯ୍ୟୟକୁ ସଫଳତାର ସହ ମୁକାବିଲା କରୁଛନ୍ତି ରାଜ୍ୟ ସରକାର । ସଫଳ ବିପର୍ଯ୍ୟୟ ମୁକାବିଲାରେ ପାଇଁ ରାଜ୍ୟ ସରକାର ବିଭିନ୍ନ ମହଲରୁ ପ୍ରଶଂସା ସାଉଁଟିଛନ୍ତି । ତେବେ ଆଗକୁ ଅଧିକ ସତର୍କ ଓ ପ୍ରସ୍ତୁତ ହେବାକୁ ପଡିବ । ବଦଳୁଥିବା ପାଣିପାଗ ଓ ପରିବେଶ ପରିବର୍ତ୍ତନ ରାଜ୍ୟ ଲାଗି ସତର୍କ ଘାଣ୍ଟି ସଦୃଶ ହୋଇଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଅଗୁଆ ପଦକ୍ଷେପ ନେବାକୁ ପଡିବ ।

ତେଣୁ ଏହି ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ବହୁ ଗୁରୁତ୍ବ ବହନ କରୁଛି । ଆଗକୁ ପ୍ରସ୍ତୁତି ନେଇ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ସୁଚିନ୍ତିତ ପରାମର୍ଶ ଦେବେ । ବୈଠକରେ ରାଜସ୍ବ ଏବଂ ବିପର୍ଯ୍ୟୟ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଏସଆରସି ପ୍ରଦୀପ କୁମାର ଜେନା, ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ, ପୋଲିସ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ ।

ସେହପିରି ମନ୍ତ୍ରୀମଣ୍ଡଳ ଅଦଳବଦଳ ପରେ ଆଜି ପ୍ରଥମ ମନ୍ତ୍ରୀପରିଷଦ ବୈଠକ ବସିବ । ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତା କରିବେ । ବିଭିନ୍ନ ଜଲକଲ୍ୟାଣକାରୀ ଯୋଜନା ଓ ପୂର୍ଣ୍ଣାଙ୍ଗ ବଜେଟ ଉପରେ ଆଲୋଚନା ହୋଇପାରେ । ସନ୍ଧ୍ୟା 5ଟା 30ରେ ଲୋକସେବା ଭବନରେ ବସିବ ବୈଠକ ।

ଇଟିିଭି ଭାରତ, ଭୁବନେଶ୍ବର

Last Updated : Jun 17, 2022, 8:47 AM IST

ABOUT THE AUTHOR

...view details