ଓଡିଶା

odisha

ETV Bharat / city

ରାଜ୍ୟ ପାଇଁ ଖୁସି ଖବର, ୪ ବର୍ଷରେ ଦୁଇ ଗୁଣା ବୃଦ୍ଧି ପାଇଛି CSR Budget - ୪ ବର୍ଷରେ ଦୁଇ ଗୁଣା ବୃଦ୍ଧି ସିଏସଆର ବଜେଟ

ସମାଜ ମଙ୍ଗଳ କାର୍ଯ୍ୟକ୍ରମ ଲାଗି ରାଜ୍ୟ ପାଇଁ ଖୁସି ଖବର । ତେବେ ସମାଜ ମଙ୍ଗଳ କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ଶିଳ୍ପ ସଂସ୍ଥା ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦିତା ଦେଖାଦେଇଛି । ଫଳରେ ନୂଆ ନୂଆ ଧାରା ଦେଖିବାକୁ ମିଳୁଛି । ଅଧିକ ପଢନ୍ତୁ

ରାଜ୍ୟ ପାଇଁ ଖୁସି ଖବର,  ୪ ବର୍ଷରେ ଦୁଇ ଗୁଣା ବୃଦ୍ଧି ପାଇଛି CSR Budget
ରାଜ୍ୟ ପାଇଁ ଖୁସି ଖବର, ୪ ବର୍ଷରେ ଦୁଇ ଗୁଣା ବୃଦ୍ଧି ପାଇଛି CSR Budget

By

Published : Apr 12, 2022, 10:54 PM IST

ଭୁବନେଶ୍ବର: ସମାଜ ମଙ୍ଗଳ କାର୍ଯ୍ୟକ୍ରମ ଲାଗି ରାଜ୍ୟ ପାଇଁ ଖୁସି ଖବର । ତେବେ ସମାଜ ମଙ୍ଗଳ କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ଶିଳ୍ପ ସଂସ୍ଥା ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦିତା ଦେଖାଦେଇଛି । ଫଳରେ ନୂଆ ନୂଆ ଧାରା ଦେଖିବାକୁ ମିଳୁଛି ।

ରାଜ୍ୟ ପାଇଁ ଖୁସି ଖବର, ୪ ବର୍ଷରେ ଦୁଇ ଗୁଣା ବୃଦ୍ଧି ପାଇଛି CSR Budget

ସେହିପରି ବଡ କଥା ହେଉଛି ଏହି ଦିଗରେ ମୋଟ ବଜେଟ ଦୁଇ ଗୁଣ ହୋଇଛି । ଏଥିସହ ୨୦୧୫ରେ ସିଏସଆର ବାବଦରେ ୧୦ ହଜାର କୋଟି ଟଙ୍କାର ବଜେଟ ରହୁଥିବା ବେଳେ ୨୦୧୯ରେ ଏହା ୧୯ ହଜାର କୋଟିକୁ ବୃଦ୍ଧି ହୋଇଛି । ତେବେ ସିଏସଆର(CSR) କନକ୍ଲେଭ ଭର୍ଚୁଆଲ୍ ମୋଡରେ ଅନୁଷ୍ଠିତ ହୋଇଥିବାବେଳେ ସାମାଜିକ କାର୍ଯ୍ୟକ୍ରମ କରିବା, ରାଜ୍ୟକୁ ପରିବର୍ତ୍ତନର ସ୍ରୋତରେ ଆଗେଇ ନେବା ଶୀର୍ଷକ ଆଲୋଚନାଚକ୍ରରେ ଉପସ୍ଥିତ ଅତିଥିମାନେ ମତ ରଖିଛନ୍ତି ।

ରାଜ୍ୟ ପାଇଁ ଖୁସି ଖବର, ୪ ବର୍ଷରେ ଦୁଇ ଗୁଣା ବୃଦ୍ଧି ପାଇଛି CSR Budget

ସେହିଭଳି ଆଜିର ଏହି କାର୍ଯ୍ୟକ୍ରମ Vedanta, JSPL, JSW, MCL, HAL, ଆର୍ସେଲର ମିତ୍ତଲ, ହିଣ୍ଡାଲକୋ, ଉତ୍କଳ ଆଲୁମିନା, ଟିପିସିଓଡିଏଲ୍, ଡାଲମିଆ ସିମେଣ୍ଟ, ନାଲ୍କୋ, FACOR, ଟାଟା ଷ୍ଟିଲ୍ ଇତ୍ୟାଦି ସାମିଲ ହୋଇଥିଲେ । ଏଥିସହ CII, UCCI ଭଳି ଶିଳ୍ପସଂଘ ମଧ୍ୟ ଅଂଶଗ୍ରହଣ କରିଥିଲେ ।ଏହି କନକ୍ଲେଭକୁ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସିଜେ ଭେନୁଗୋପାଲ ଏବଂ ଜଣାଶୁଣା କର୍ପୋରେଟ ଆଇକନ ତପନ ଚାନ୍ଦ ସ୍ୱତନ୍ତ୍ର ଅତିଥି ଭାବରେ ଯୋଗ ଦେଇଥିଲେ ।


ଏସିଏସ ସିଜେ ଭେନୁଗୋପାଲ କହିଛନ୍ତି ଯେ, ଜଳବାୟୁ କାର୍ଯ୍ୟ ଏବଂ ସବୁଜ ଶକ୍ତି ଉପରେ ଶିଳ୍ପ ଗୁଡିକ ଅଧିକ ଧ୍ୟାନ ଦେବାକୁ ହେବ । କର୍ପୋରେଟ ସଂସ୍ଥା ସେମାନଙ୍କ ସାମାଜ ମଙ୍ଗଳ କାର୍ଯ୍ୟକ୍ରମ ମଧ୍ୟରେ ନୂଆ ଦିଗକୁ ଆପଣାଇବା ପାଇଁ ସେ ଗୁରୁତ୍ୱାରୋପ କରିଛନ୍ତି । ରାଜ୍ୟର ଅଭିବୃଦ୍ଧି ତଥା ବିକାଶ ପାଇଁ ସିଏସଆରଏକ ବଡ ଭୂମିକା ରହିଛି । ଆଲୋଚନା ପାଇଁ ଗୋଟିଏ ପ୍ଲାଟଫର୍ମରେ ସମସ୍ତେ ଏକାଠି ହୋଇ ଶିଳ୍ପସଂସ୍ଥାର ପ୍ରତିବଦ୍ଧତାକୁ ସେ ପ୍ରଶଂସା କରିଛନ୍ତି ।

ଶିଳ୍ପ ଏବଂ ଶିଳ୍ପ ସଂସ୍ଥାଗୁଡ଼ିକୁ ସମ୍ବୋଧିତ କରି କର୍ପୋରେଟ ଆଇକନ ତପନ ଚାନ୍ଦ କହିଛନ୍ତି ଯେ, ସିଏସଆର ଉପରେ ଆଇନଗତ ବ୍ୟବସ୍ଥା ପ୍ରଣୟନ କରିବା ଫଳରେ ଏହି ବଜେଟ ଦ୍ୱିଗୁଣିତ ହୋଇପାରିଛି । ଶିଳ୍ପପତିଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ବଢିଛି । ତେବେ ସିଏସଆରରେ ନୂଆ ଟ୍ରେଣ୍ଡ ଉପରେ ଆମକୁ ଅଧିକ ଫୋକସ ଦେବାକୁ ପଡିବ ବୋଲି ସେ କହିଛନ୍ତି ।

ସମସ୍ତ ଶିଳ୍ପ ସଂସ୍ଥା ସେମାନଙ୍କର ଫ୍ଲାଗସିପ ସିଏସଆର(CSR) ପ୍ରକଳ୍ପ ବିଷୟରେ ଏଥିରେ ଉପସ୍ଥାପନା କରିଛନ୍ତି । ସମସ୍ତ ସଂଗଠନ ଏକ ମିଶନ ସହିତ ରାଜ୍ୟରେ ସିଏସଆର(CSR) କାର୍ଯ୍ୟକାରୀ କରିବା ଏବଂ ସମାଜରେ ପରିବର୍ତ୍ତନ ଆଣିବା ପାଇଁ ସେମାନଙ୍କର ପ୍ରତିବଦ୍ଧତା ପ୍ରଦର୍ଶନ କରିଛନ୍ତି । କନକ୍ଲେଭରେ ଉଦୀୟମାନ ଉଦ୍ୟୋଗୀ ୱାଲେଟ ଫର ୱେଲଥର ଏମ ଡି ତ୍ରିନାଥ ଲେଙ୍କା ଏବଂ ଓଡିଶାର ସୁଦୂର ଅଞ୍ଚଳରେ ସେବା ଯୋଗାଉଥିବା ଇକୋ ଟୁରିଜିମ ସଂଗଠନ ସୁଧାକର ରାଓ ନିଜ ନିଜର ସେବା ସମ୍ପର୍କରେ ଉପସ୍ଥାପନା କରିଛନ୍ତି ।

ତ୍ରିନାଥ ଆର୍ଥିକ ଶିକ୍ଷା ମାଧ୍ୟମରେ ଆର୍ଥିକ ଅନ୍ତର୍ଭୂକ୍ତିକରଣ ପାଇଁ ସେବାଗୁଡିକ ଉପସ୍ଥାପନ କରିଛନ୍ତି । ଏହି କମ୍ପାନୀ ପୂର୍ବରୁ ଓଡିଶାର ପାଞ୍ଚଟି ସ୍ଥାନରେ କାର୍ଯ୍ୟ କରୁଛି । ଲୋକଙ୍କ ପାଇଁ ଆର୍ଥିକ ଅନ୍ତର୍ଭୂକ୍ତିକୁ ନେଇ ସେବା ଯୋଗାଇବା ପାଇଁ ବଦ୍ଧପରିକର ବୋଲି ସେ କହିଛନ୍ତି ।

ଅନ୍ୟପଟେ କନକ୍ଲେଭରେ ଦାମନଯୋଡିରେ ୱାଲେଟ ଫର ୱେଲଥର ଷଷ୍ଠ ଆଉଟଲେଟ ଉଦ୍‌ଘାଟନ ହୋଇଛି । ସମସ୍ତ ଅଂଶ ଗ୍ରହଣକାରୀ ମାନେ ସିଏସଆର(CSR)ର ଏଜେଣ୍ଡାରେ ଆର୍ଥିକ ଅନ୍ତର୍ଭୂକ୍ତିକୁ ରଖିବା ପାଇଁ ତ୍ରିନାଥଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details