ଓଡିଶା

odisha

ETV Bharat / city

୨୦୨୦ ମାଟ୍ରିକ ପରୀକ୍ଷାରେ ସଫଳତା ପାଇଥିବା ଏସଟିଏସି ବର୍ଗର ଛାତ୍ରଛାତ୍ରୀଙ୍କୁ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା - State-level congratulations to ATAC students

୨୦୨୦ ବର୍ଷର ମାଟ୍ରିକ ପରୀକ୍ଷାରେ ସଫଳତା ପାଇଥିବା ଏସଟିଏସସି ବର୍ଗର ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସ୍ତରୀୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...

ଏଟିଏସି ବର୍ଗର ଛାତ୍ରଛାତ୍ରୀଙ୍କୁ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା
ଏଟିଏସି ବର୍ଗର ଛାତ୍ରଛାତ୍ରୀଙ୍କୁ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା

By

Published : Mar 17, 2021, 10:31 PM IST

ଭୁବନେଶ୍ବର:ଆଜି (ବୁଧବାର) ସ୍ଥାନୀୟ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ କକ୍ଷରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ୨୦୨୦ ବର୍ଷର ମାଟ୍ରିକ ପରୀକ୍ଷାରେ ସଫଳତା ପାଇଥିବା ଏସଟିଏସସି ବର୍ଗର ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସ୍ତରୀୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।

ଏଟିଏସସି ବର୍ଗର ଛାତ୍ରଛାତ୍ରୀଙ୍କୁ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା

ଅନଲାଇନରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ଉତ୍ସବରେ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ୧୦୦ ଜଣ କୃତୀ ଛାତ୍ରଛାତ୍ରୀ ଓ ମାଟ୍ରିକ ପରୀକ୍ଷାରେ ସଫଳତା ପ୍ରଦର୍ଶନ କରିଥିବା ୨୧ଟି ଜିଲ୍ଲାର ୫୦ଟି ଶ୍ରେଷ୍ଠ ବିଦ୍ୟାଳୟକୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ମନ୍ତ୍ରୀ ସାରକା କହିଲେ ଯେ ବିଭାଗୀୟ ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଇଛି । ଶିକ୍ଷକମାନଙ୍କ ପ୍ରେରଣା ଓ ପ୍ରତିବଦ୍ଧତା ଯୋଗୁଁ ଆଜି ଛାତ୍ରଛାତ୍ରୀମାନେ ସଫଳତା ଅର୍ଜନ କରିପାରିଛନ୍ତି ।

ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ରଞ୍ଜନା ଚୋପ୍ରା କହିଛନ୍ତି ଯେ, କୋରୋନା ମହାମାରୀର ପ୍ରଭାବ ପରେ ଏସଟିଏସି ଉନ୍ନୟନ ବିଭାଗର ଯେଉଁ ଛାତ୍ରଛାତ୍ରୀମାନେ ୨୦୨୦ ବର୍ଷର ମାଟ୍ରିକ୍ ପରୀକ୍ଷାରେ ସଫଳ ହୋଇଛନ୍ତି ସେମାନେ କେବଳ ନିଜ ବିଦ୍ୟାଳୟ ନୁହେଁ ଏସଟିଏସି ଉନୟନ ବିଭାଗ ପାଇଁ ଗର୍ବ ଓ ଗୌରବର ଅଧିକାରୀ । ପ୍ରାଥମିକ ସ୍ତରରେ ଏସଟି, ଏସସି ବର୍ଗର ଛାତ୍ରଛାତ୍ରୀମାନଙ୍କର ଶିକ୍ଷାର ବିକାଶ ନିମନ୍ତେ ବିଭାଗ ଉଦ୍ୟମ ଜାରି ରଖୁଛି । ୨୦୨୦ ବର୍ଷର ମାଟ୍ରିକ ପରୀକ୍ଷାରେ ୪୦୧ଟି ବିଦ୍ୟାଳୟର ୨୭ ହଜାର ୭୭୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୫୩ ହଜାର ୭୯୪ ଜଣ ଉତ୍ତୀର୍ଣ୍ଣ ହୋଇଥିଲେ ।

ପରୀକ୍ଷାରେ ଉତ୍କର୍ଷ ଲାଭ କରି ପ୍ରଥମ ତିନିଜଣ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ହାଇସ୍କୁଲର କୁମାରୀ ସ୍ମୃତି ସ୍ନିଧା ଜେନା, କନ୍ଧମାଳ ଜିଲ୍ଲାର ଜଳେଶପଟା ଉଚ୍ଚ ବାଳିକା ବିଦ୍ୟାଳୟର ମିନାକ୍ଷୀ ମଲ୍ଲିକ ଓ ଖୋର୍ଦ୍ଧା ଜିଲ୍ଲାର ତପୋବନ ହାଇସ୍କୁଲର ଆଶିଷ କୁମାର ବାଦରା । ପରୀକ୍ଷାରେ ସଫଳତା ପାଇଥିବା ସେହିଭଳି ପ୍ରଥମ ତିନୋଟି ଶ୍ରେଷ୍ଠ ବିଦ୍ୟାଳୟ ହେଇଛନ୍ତି, ମାଲକାନଗିରି ଜିଲ୍ଲାର ସରକାରୀ (ଏଏଟି) ହାଇସ୍କୁଲ, କନ୍ଧମାଳ ଜିଲ୍ଲାର ମାଳଦାକିଆ ସରକାରୀ ଉଚ୍ଚବିଦ୍ୟାଳୟ ଓ ଖୋର୍ଦ୍ଧା ଜିଲ୍ଲାର ତପବନ ହାଇସ୍କୁଲ ।

ମାନ୍ୟବଟ ମନ୍ତ୍ରୀ ସାରକା ଅନଲାଇନରେ ୧୮ଟି ଜିଲ୍ଲାର ୧୦୦ କଣ କୃତୀ ଛାତ୍ରଛାତ୍ରୀଙ୍କୁ ପ୍ରମାଣ ପତ୍ର, ସ୍ମାରକୀ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ପ୍ରତ୍ୟେକ କୃତୀ ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପୂର୍ବରୁ ୧ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details