ETV Bharat Odisha

ଓଡିଶା

odisha

ETV Bharat / city

Odisha assembly: ମୁଲତବୀ ପ୍ରସ୍ତାବରେ ଜବାବ ଦେଲେ ଗୃହରାଷ୍ଟ୍ର ମନ୍ତ୍ରୀ - ଓଡିଶା ବିଧାନସଭା ଖବର

ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଉତ୍ତର ଦେଇ କହିଛନ୍ତି ୨୦୨୧ ମସିହା ଓ ଚଳିତ ୨୦୨୨ ମସିହା ଅଦ୍ୟାବଧି ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ଅଛି । ବିଭିନ୍ନ ସଂପ୍ରଦାୟ ମଧ୍ୟରେ ସାଦାୟିକ ସଦଭାବ ବଜାୟ ରହିଛି । ଅଧିକ ପଢନ୍ତୁ

ଗୃହରାଷ୍ଟ୍ର ମନ୍ତ୍ରୀ
ଗୃହରାଷ୍ଟ୍ର ମନ୍ତ୍ରୀ
author img

By

Published : Mar 30, 2022, 10:49 PM IST

ଭୁବନେଶ୍ବର: ହିଂସା ଓ ଅପରାଧିକ କାର୍ଯ୍ୟକଳାପରେ ସାରା ରାଜ୍ୟ ଅଶାନ୍ତ, ସରକାର କହୁଛନ୍ତି ସବୁ ଶାନ୍ତି ଓ ସ୍ବାଭାବିକ" ବିଜେପି ମୁଖ୍ୟ ସଚେତକ ମୋହନ ମାଝୀଙ୍କ ପକ୍ଷରୁ ଏସମ୍ପର୍କିତ ଆଗତ ମୁଲତବୀ ପ୍ରସ୍ତାବ ଉପରେ ଉତ୍ତର ରଖିଲେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଉତ୍ତର ଦେଇ କହିଛନ୍ତି ୨୦୨୧ ମସିହା ଓ ଚଳିତ ୨୦୨୨ ମସିହା ଅଦ୍ୟାବଧି ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ଅଛି । ବିଭିନ୍ନ ସଂପ୍ରଦାୟ ମଧ୍ୟରେ ସାଦାୟିକ ସଦଭାବ ବଜାୟ ରହିଛି।

ପଞ୍ଚାୟତ ନିର୍ବାଚନରେ ପୋଲିସର ସତର୍କତା ପାଇଁ କମ ସଂଖ୍ୟକ ବୁଥରେ ସାନି ନିର୍ବାଚନ ହୋଇଛି। ଚଳିତବର୍ଷ ନିର୍ବାଚନରେ ମତଦାନ ହାର ଗତ ନିର୍ବାଚନ ଗୁଡିକ ଠାରୁ ବୃଦ୍ଧି ପାଇଛି, ଯାହାକି ଏକ ମୁକ୍ତ ଓ ଅବାଧ ନିର୍ବାଚନର ପ୍ରମାଣ ଦିଏ ଏବଂ ମତଦାତା ମାନେ ସେମାନଙ୍କର ମତଦାନ ଅଧିକାର ବିନା ଭୟ ଚାପରେ ସାବ୍ୟସ୍ତ କରିଛନ୍ତି । ରାଜ୍ୟରେ ମାଲକାନାଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳ ସମେତ କେତେକ ଜିଲ୍ଲାର ମାଓପ୍ରବଣ ଇଲାକାରେ ମାଓବାଦୀ ମାନେ ନିର୍ବାଚନ ବର୍ଜନ କରିବାକୁ ଧମକ ଦେଇଥିଲେ ମଧ୍ୟ ବହୁ ମତଦାତା ଧମକକୁ ପ୍ରତ୍ୟାଖ୍ୟାନ କରି ଗଣତନ୍ତ୍ର ପଦ୍ଧତିରେ ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିଥିଲେ ବୋଲି ମନ୍ତ୍ରୀ କହିଛନ୍ତି ।

ସେହିପରି ମାନସ ସ୍ବାଇଁ ହତ୍ୟାକାଣ୍ଡ ସମ୍ପର୍କରେ ମଧ୍ୟ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଗତ ୧୪ ଫେବୃୟାରୀ ପଞ୍ଚାନନ ସ୍ବାଇଁ (ମୃତ ମାନସ କୁମାର ସ୍ଵାଇଁଙ୍କ ପିତା) ନୂଆପଲ୍ଲୀ, ଗୋଡିପୋଖରୀ, ଥାନା-ରଣପୁର, ଜିଲ୍ଲା-ନୟାଗଡଙ୍କ ଲିଖିତ ଅଭିଯୋଗ କ୍ରମେ ଚାନ୍ଦବାଲି ଥାନା ମୋକଦ୍ଦମା ସଂଖ୍ୟା- ୬୩ ଦଫା ୩୬୩ / ୩୪ ଭାରତୀୟ ଦଣ୍ଡବିଧି ଆଇନ ରୁଜୁ କରାଯାଇ ଜଣେ ସବ-ଇନିସ୍ପେକ୍ଟରଙ୍କୁ ତଦନ୍ତ ଭାର ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ଚାନ୍ଦବାଲି ଥାନାର ଭାରପ୍ରାପ୍ତ ଅଧିକାରୀଙ୍କୁ ତଦନ୍ତ ଭାର ହସ୍ତାନ୍ତର କରାଯାଇଥିଲା । ତଦନ୍ତ ସମୟରେ ଉପଯୁକ୍ତ ସାକ୍ଷ୍ୟ ଓ ପ୍ରମାଣ ଆଧାରରେ ଅଭିଯୁକ୍ତ ଭାଗ୍ୟଧର ନାୟକ, ନିଲୁ ଓରଫ ବିବେକ ନାୟକ, କୃଷ୍ଣଚନ୍ଦ୍ର ନାୟକ, ନିରଞ୍ଜନ ସେଠୀ, ରାଜ ଓରଫ ରଞ୍ଜନ ନାୟକ ଓ ପରମେଶ୍ବର ରାଉତଙ୍କୁ ଗିରଫ କରାଯାଇଛି ।

ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଏହି ମାମଲା ତଦନ୍ତ ଭାର ରାଜ୍ୟ କ୍ରାଇମବ୍ରାଞ୍ଚ ଗ୍ରହଣ କରି କେଶ ସଂଖ୍ୟା ୦୪/ ୨୦୨୨ ରିଖ ଦଫା ୩୬୩ / ୩୪ ଭାରତୀୟ ଦଣ୍ଡବିଧି ଆଇନ ଏବଂ ପରିବର୍ତ୍ତିତ ଦଫା ୩୬୩/ ୩୬୪/ ୩୦୨/ ୪୬୫, ୪୭୧, ୨୦୧୮ ୩୪ ଭାରତୀୟ ଦଣ୍ଡବିଧି ଆଇନ ଅନୁଯାୟୀ ପୁନଃ ପଞ୍ଜିକରଣ କରାଯାଇଅଛି । ରାଜ୍ୟ କ୍ରାଇମବ୍ରାଞ୍ଚ ଦ୍ବାରା ଦୁଇ ଫେରାର ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ଝୁନା ବେହେରା ଓରଫ ଭୋଇଙ୍କୁ ଗତ 28 ତାରିଖରେ ଗିରଫ କରି କୋର୍ଟ ଗୁଲାଣ କରାଯାଇଛି। ମାମଲାର ପ୍ରତ୍ୟେକ ଦିଗପ୍ରତି ପୁଙ୍ଖାନୁପୁଙ୍ଖ ତଦନ୍ତ ଜାରି ରହିଛି। ତଦନ୍ତ ପକ୍ରିୟା ନିରପେକ୍ଷ ଏବଂ ସ୍ଵଚ୍ଛ ଭାବରେ ଗତିଶୀଳ ହେଉଛି।

ସେହିଭଳି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ ନେଇ ମନ୍ତ୍ରୀ ଗୃହରେ କହିଛନ୍ତି ବଲାଙ୍ଗୀର ସିନ୍ଧକେଲା ଥାନା କେସ ନମ୍ବର ୯୭/୨୧ ତା ୧୩/୧୦/୨୧ ଇ ତଦନ୍ତ ପରିସମାପ୍ତି ପରେ ମୋକଦ୍ଦମାର ସମ୍ପୂର୍ଣ ତଦନ୍ତ ରିପୋର୍ଟ ନିର୍ଦ୍ଧାରିତ ସମୟସୀମା ଭିତରେ ବଙ୍ଗୋମୁଣ୍ଡା ବିଚାରପତି, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟଙ୍କ ଅଦାଲତରେ ଅଭିଯୋଗ ଫର୍ଘ (ଚାର୍ଜଶୀଟ) ନମ୍ବର ୦୧ ତାରିଖ ୧୦/୦୨/୨୦୨୨ ଦଫା ୩୦୨/୨୦୧/ ୧୨୦(ବି)/୩୪/୩୫ IPC ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ସହଯୋଗୀ ଅଭିଯୁକ୍ତ ରାଧେଶ୍ୟାମ ବଣ୍ଡୀ, ଉଭୟଙ୍କ ଗ୍ରାମ ମହାଲିଙ୍ଗ, ଥାନା- କେଗାଁ, ଜିଲ୍ଲା କଳାହାଣ୍ଡିଙ୍କ ବିରୋଧରେ ଦାଖଲ କରାଯାଇଛି । ବର୍ତ୍ତମାନ ମାମଲାଟି ଅଦାଲତରେ ବିଚାରଧୀନ ଥିବା ମନ୍ତ୍ରୀ କହିଛନ୍ତି ।

ମନ୍ତ୍ରୀ ଆହୁରି କହିଛନ୍ତି ବିଧାୟିକା କୁଷୁମ ଟେଟେ ଗୃହରେ ମହିଳା ଓ ଶିଶୁ ସମ୍ବନ୍ଧରେ ଉତଥାପନ କରିଥିବା ବିଷୟରେ ମନ୍ତ୍ରୀ କହିଛନ୍ତି ମହିଳା, ଶିଶୁ ତଥା ଦୁର୍ବଳ ଶ୍ରେଣୀର ବ୍ୟକ୍ତିମାନଙ୍କ ସୁରକ୍ଷାକୁ ଆମ ସରକାରରେ ସର୍ବଦା ଅଗ୍ରାଧିକାର ଦିଆଯାଉଅଛି । ରାଜ୍ୟରେ ମହିଳା ଏବଂ ଶିଶୁଙ୍କ ବିରୋଧରେ ହେଉଥିବା ଅପରାଧ ଗୁଡିକୁ ରୋକିବା ଏବଂ ତାର ଦଣ୍ଡବିଧାନକୁ ଗୋଟିଏ ଛାତ ତଳେ ତଦାରଖ କରିବା ପାଇଁ ରାଜ୍ୟ କ୍ରାଇମ ବାଞ୍ଚ ଅଧିନରେ ଏକ "Crime Against Women & Children Wing" ସରକାର ସ୍ଥାପନ କରିଛନ୍ତି ।

ଏହାବାଦ ନକ୍ସଲ ଆକ୍ରମଣ ପ୍ରାଦୁର୍ଭାବ ସମ୍ପର୍କରେ ମନ୍ତ୍ରୀ କହିଛନ୍ତି ରାଜ୍ୟରେ ମୋଟାମୋଟି ଭାବେ ନକ୍ସଲ ପରିସ୍ଥିତିରେ ଉଲ୍ଲେଖନୀୟ ଉନ୍ନତି ଘଟିଛି। କେନ୍ଦ୍ର ସରକାରଙ୍କ ନିରାପତ୍ତା ଜନିତ ବ୍ୟୟ ଯୋଜନା ଅନୁସାୟୀ ୧୫ ଟି ନକ୍ସଲ ପ୍ରଭାବିତ ଜିଲ୍ଲା ମଧ୍ୟରୁ ୫ ଟି ଜିଲ୍ଲା ଅନୁଗୁଳ, ବୌଦ୍ଧ, ଦେଓଗଡ, ନୟାଗଡ ଏବଂ ସମ୍ବଲପୁର ନକ୍ସଲ ମୁକ୍ତ ହୋଇଛି । ଅବଶିଷ୍ଟ ୧୦ ଟି ପ୍ରଭାବିତ ଜିଲ୍ଲା ମାନଙ୍କରେ ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି । ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାରେ ଗତ ଦୁଇ ବର୍ଷ ମଧ୍ୟରେ, ମାଓବାଦୀ ମାନଙ୍କର ମୂଳଗଡ ଭାବେ ବିବେଚନା କରାଯାଉଥିବା ମାଲକାନାଗିର ଜିଲ୍ଲାର ସ୍ବାଭିମାନ ଅଞ୍ଚଳରେ ଉଲ୍ଲେଖନୀୟ ଉନ୍ନତି ହୋଇଥିବା ମନ୍ତ୍ରୀ କହିଛନ୍ତି ।

ଅନ୍ୟପଟେ ମନ୍ତ୍ରୀ କହିଛନ୍ତି ୨୦୨୧ ମସିହା ଓ ଚଳିତ ବର୍ଷ ଅଦ୍ୟାବଧି Crime Branch, STF ର ତତ୍ତ୍ବାବଧାନରେ Narcotic Drugs ନିଶା ବେପାରୀଙ୍କ ବିରୋଧରେ ପ୍ରଭାବଶାଳି କାର୍ଯ୍ୟାନୁଷ୍ଠାନ ନେଉଛି । ମନ୍ତ୍ରୀ କହିଛନ୍ତି ୨୦୨୧ ମସିହାରେ ବିପୁଳ ପରିମାଣର (୧୬୬୫) କ୍ବିଣ୍ଟାଲ ଗଞ୍ଜେଇ ଜବତ କରାଯାଇଅଛି । ଯାହା ଏକ ରେକର୍ଡ ସଫଳତା । ୨୦୨୧ ମସିହାରେ ୫୫ କେଜି ୪୪୮ ଗ୍ରାମ ବ୍ରାଉନସୁଗାର ମଧ୍ୟ ଜବତ କରାଯାଇଛି । ୨୦୨୧ ମସିହାରେ ସରକାରଙ୍କ ଦ୍ବାରା ୧୫ ଟି ଥାନା (୩ଟି ଫାଣ୍ଡିକୁ ଉନ୍ନୀତ କରି ଥାନାରେ ପରିଣତ, ୧୨ ଟି ନୂତନ ସାଇବର ଅପରାଧ ଓ ଅର୍ଥନୈତିକ ଅପରାଧ ଥାନା ଏବଂ ଗୋଟିଏ CAW & CW ଥାନ) ସୃଷ୍ଟି କରାଯାଇଛି । ଏଥି ପାଇଁ ୨୯୯ ଗୋଟି ବିଭିନ୍ନ ପଦବୀ ସୃଷ୍ଟି ହୋଇଛି । ରାଜ୍ୟର ଅପରାଧ ରୂପରେଖ ସନ୍ତୋଷଜନକ ଭାବେ ନିୟନ୍ତ୍ରଣାଧୀନ ଥିବା ସହ ଆଇନ ଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଭାବେ ନିୟନ୍ତ୍ରଣାଧୀନ ଅଛି । ବୋଲି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details