ଓଡିଶା

odisha

ETV Bharat / city

ସ୍ବାଧିନତା ଦିବସ: ସର୍ବସାଧାରଣଙ୍କ ପାଇଁ 4 ଘଣ୍ଟା ମଧୂସୁଦନ ମାର୍ଗ ବନ୍ଦ - ରାମମନ୍ଦିର ଛକ

ରାଜ୍ୟସ୍ତରୀୟ ସ୍ବାଧିନତା ଦିବସ ପାଇଁ ଚାଲିଛି ଭବ୍ୟ ପ୍ରସ୍ତୁତି । ନବବଧୂ ପରି ସଜେଇ ହେଉଛି ୟୁନିଟ 3 ସ୍ଥିତ ପ୍ରଦର୍ଶନୀ ପଡିଆ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Aug 11, 2019, 9:00 PM IST

ଭୁବନେଶ୍ବର: ଆସନ୍ତା ଅଗଷ୍ଟ 15ରେ ଦେଶ ପାଳିବ 72ତମ ସ୍ବାଧିନତା ଦିବସ । ଏହି ଉପଲକ୍ଷେ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଇଁ ସଜେଇ ହେଉଛି ଭୁବନେଶ୍ବର ପ୍ରଦର୍ଶନୀ ପଡିଆ । ଇତିହାସରେ ପ୍ରଥମ ଥର ପାଇଁ ମାହାତ୍ମା ଗାନ୍ଧୀ ମାର୍ଗ ବଦଳରେ ପ୍ରଦର୍ଶନୀ ପଡିଆରେ ପାଳିତ ହେବ ସ୍ବାଧିନତା ଦିବସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର


ଆଉ ସ୍ବାଧିନତା ଦିବସକୁ ଶାନ୍ତି ଶୃଙ୍ଖଳା ସହ କରିବା ପାଇଁ ଆଜି ଠାରୁ ପୋଲିସ ଜାରି କରିଛି ନିର୍ଦ୍ଦେଶାବଳୀ । ନିର୍ଦ୍ଦେଶାବଳୀ ଅନୁସାରେ ୧୩ ତାରିଖରୁ ପ୍ରଦର୍ଶନୀ ପଡିଆ ସାମ୍ନା ରୋଡ ଅର୍ଥାତ ରାମମନ୍ଦିର ଛକ ନିକଟରୁ ଭୌମନଗର ଫାଣ୍ଡି ପର୍ଯ୍ୟନ୍ତ ମଧୂସୁଦନ ମାର୍ଗକୁ ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ଯାତାୟାତ ପାଇଁ ବନ୍ଦ ରଖାଯିବ । ୧୫ ତାରିଖ ଦିନ ସକାଳ ୬ ଟା ୩୦ରୁ କାର୍ଯ୍ୟକ୍ରମ ଶେଷ ପର୍ଯ୍ୟନ୍ତ ମଧ୍ୟ ବନ୍ଦ ରହିବ ଉଭୟପାର୍ଶ୍ବ ରାସ୍ତା। ସେହିପରି କାର୍ଯ୍ୟକ୍ରମ ସମୟରେ ବାଣୀ ବିହାର ପଟୁ ଆସୁଥିବା ଗାଡି ସବୁ ମାଷ୍ଟର କ୍ୟାଣ୍ଟିନ ଦେଇ ବିଧାନସଭା ଛକ ଦେଇ ହାଉସିଂ ବୋର୍ଡ ଓ ୟୁନିଟ ୪ ଯାଇପାରିବେ ।

ଅନ୍ୟପଟେ ଆଚାର୍ଯ୍ୟ ବିହାର ପଟୁ ହାଉସିଂ ବୋର୍ଡ ଦେଇ ଆସୁଥିବା ଗାଡି ରାମମନ୍ଦିର କିମ୍ବା ବିଗ ବଜାର ପଟକୁ ଯିବାକୁ ହେଲେ ଲୋୟର ପିଏମଜି ଦେଇ ବୁଲିବାକୁ ପଡିବ। ସାଧାରଣ ଲୋକ ଓ ଅତିଥି କେଶରୀ ସିନେମା ହଲ ଭିତରେ ଓ ବାହାରେ ପାର୍କିଂ କରିବେ। କ୍ୟାପିଟାଲ ହାଇସ୍କୁଲ, ୟୁନିଟ ୪, ଏଜି ଫିଲଡ, ଏସବିଆଇ ପାର୍କିଙ୍ଗ ପରିସର ଆଇଜି ପାର୍କ ନିକଟରେ ପାର୍କିଙ୍ଗ କରିପାରିବେ ବୋଲି କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି ।

ଏହାସହ ସମଗ୍ର ଅଞ୍ଚଳରେ ବେଲୁନ ବିକ୍ରିକୁ ସଂପୂର୍ଣ୍ଣ ଭାବେ ନିଷିଦ୍ଧ କରାଯାଇଛି । ଯେଉଁମାନେ ନିୟମାବଳୀ ଉଲ୍ଲଘଂନ କରିବେ ଅତିକମରେ 500 ଶହ ଅତିବେଶୀରେ 1000 ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଆଦାୟ ହେବ ବୋଲି ପୋଲିସ ସ୍ପଷ୍ଟ କରିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details