ଓଡିଶା

odisha

ETV Bharat / city

ପାର୍ବଣ ପାଇଁ କେନ୍ଦ୍ରର କୋଭିଡ ମାର୍ଗଦର୍ଶିକା ପରେ ପ୍ରସ୍ତୁତ ରାଜ୍ୟ - ପାର୍ବଣ ପାଇଁ କେନ୍ଦ୍ରର କୋଭିଡ ମାର୍ଗଦର୍ଶିକା

ପାର୍ବଣ ଋତୁ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଛି କୋଭିଡ ମାଗଦର୍ଶିକା । କେନ୍ଦ୍ରର ମାଗଦର୍ଶିକା ଅନୁଯାୟୀ ରାଜ୍ୟ ସରକାର ମଧ୍ୟ ପ୍ରସ୍ତୁତ ହୋଇଛନ୍ତି । ଜନସମାଗମ ନହେବାକୁ ସମସ୍ତଙ୍କୁ ଅନୁରୋଧ କରିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ।

ବିଜୟ ମହାପାତ୍ର
ବିଜୟ ମହାପାତ୍ର

By

Published : Sep 24, 2021, 8:43 PM IST

ଭୁବନେଶ୍ବର: ପାର୍ବଣ ଋତୁ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଛି କୋଭିଡ ମାଗଦର୍ଶିକା । କେନ୍ଦ୍ରର ମାଗଦର୍ଶିକା ଅନୁଯାୟୀ ରାଜ୍ୟ ସରକାର ମଧ୍ୟ ପ୍ରସ୍ତୁତ ହୋଇଛନ୍ତି । ଜନସମାଗମ ନହେବାକୁ ସମସ୍ତଙ୍କୁ ଅନୁରୋଧ କରିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।

ପାର୍ବଣ ପାଇଁ କେନ୍ଦ୍ରର କୋଭିଡ ମାର୍ଗଦର୍ଶିକା ପରେ ପ୍ରସ୍ତୁତ ରାଜ୍ୟ

ଗତକାଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପାର୍ବଣ ଋତୁକୁ ନେଇ ସମସ୍ତ ରାଜ୍ୟକୁ ସତର୍କ କରାଇଛି। ତେବେ ରାଜ୍ୟ ସରକାର ଗଣେଶ ପୂଜା ପୂର୍ବରୁ ଏସଓପି ପ୍ରସ୍ତୁତ କରିଛନ୍ତି । ଏସଓପି କିପରି କଡାକଡି ପାଳନ ହେବ ସେନେଇ ନିର୍ଦେଶ ଦିଆଯାଇଛି । ହାଇକୋର୍ଟ ମଧ୍ୟ କହିଛନ୍ତି ମହାମାରୀ ସମୟରେ ସରକାରଙ୍କର ନିର୍ଦେଶନାମା ଯାହା ରହିଛି ତାହାକୁ ମାନିବାକୁ ପଡିବ ।

ସେହି ଅନୁସାରେ ପାର୍ବଣ ପାଇଁ ଯେଉଁ ଗାଇଡଲାଇନ ଆସିଛି ତାହାକୁ ସମସ୍ତେ ପାଳନ କରନ୍ତୁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର। ଏପଟେ ସ୍ବାସ୍ଥ୍ୟ ବିଶେଷଜ୍ଞ ନିରଜ ମିଶ୍ର କହିଛନ୍ତି ପାର୍ବଣ ଋତୁକୁ ନେଇ ଯେଉଁ ଗାଇଡ ଲାଇନ ଆସିଛି ତାହାକୁ କଡାକଡି ଭାବରେ ପାଳନ କରିବାକୁ ପଡିବ।

ନିରଜ ମିଶ୍ର କହିଛନ୍ତି ପାର୍ବଣ ଋତୁରେ ଜନଗହଳି ସହିତ 5 ପ୍ରତିଶତ ଉପରେ ରହିବା ପଜିଟିଭ ରେଟ ଜିଲ୍ଲା ଗୁଡିକ ଉପରେ ନଜର ରଖିବା ଆବଶ୍ୟକ। ସେହିପରି ଆଗାମୀ ପାର୍ବଣ ଋତୁ ପାଇଁ କେନ୍ଦ୍ର ସରକାର କରୋନା ମାର୍ଗଦର୍ଶିକା ଜାରି କରିଛନ୍ତି। ଯେଉଁ ଅଞ୍ଚଳରେ ସଂକ୍ରମଣ ହାର 5 ପ୍ରତିଶତ ରୁ ଅଧିକ ରହିଥିବ ସେଠାରେ ଜନସମାଗମକୁ ଅନୁମତି ଦିଆଯିବ ନାହିଁ ବୋଲି କହିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details