ଭୁବନେଶ୍ବର: ସେଣ୍ଟର ଅଫ ଏକ୍ସଲେନ୍ସ ଷ୍ଟାଟସରେ ସ୍ଥାନିତ ହେଲା ରାଜ୍ୟ କଳା ଓ ହସ୍ତଶିଳ୍ପ ଅନୁଷ୍ଠାନ କଳାଭୂମି ଭୁବନେଶ୍ବର । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ କଳା ଓ ହସ୍ତଶିଳ୍ପ ଅନୁଷ୍ଠାନକୁ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି । ପ୍ରଥମ ଥର ପାଇଁ ଅଣବୈଷୟିକ ତାଲିମ ଦେବାରେ ଏକ ସରକାରୀ ଅନୁଷ୍ଠାନ ସେଣ୍ଟର ଅଫ ଏକ୍ସଲେନ୍ସ ଷ୍ଟାଟସରେ ସ୍ଥାନ ପାଇଛି।
ଆଜି (ଗୁରୁବାର) ଭାରତ ସରକାରଙ୍କ ପକ୍ଷରୁ ରାଜ୍ୟ କଳା ଓ ହସ୍ତଶିଳ୍ପ ଅନୁଷ୍ଠାନକୁ ସେଣ୍ଟର ଅଫ ଏକ୍ସଲେନ୍ସ ଷ୍ଟାଟସରେ କଳାଭୂମି ଭୁବନେଶ୍ବରକୁ ସ୍ଥାନିତ କରାଯାଇଥିଲା । କଳା ଓ ହସ୍ତଶିଳ୍ପକୁ ନେଇ ଏହି ସକରକାରୀ ଅନୁଷ୍ଠାନ ବିଭିନ୍ନ ପ୍ରତିଭାଙ୍କୁ ତାଲିମ ଦେଇ ଆତ୍ମନିର୍ଭର କରାଇବାକୁ ଚେଷ୍ଟା କରୁଛି ।