ଭୁବନେଶ୍ବର: ବିଜୁପଟ୍ଟନାୟକ ପୋଲିସ ଏକାଡେମୀରେ ରାଜ୍ୟ ଗୃହମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ମନ୍ତ୍ରୀ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ପରିଦର୍ଶନ କରିବା ସହ ପୋଲିସ ପ୍ରଶିକ୍ଷାର୍ଥିଙ୍କୁ ସମ୍ବୋଧିତ କରିଛନ୍ତି । ସେ କହିଛନ୍ତି କି, ''ଯେଉଁଠି ସୁଶାସନ ନାହିଁ ସେ ସମାଜ ଆଗକୁ ବଢିପାରିବନାହିଁ । ତେଣୁ ସମାଜର ଉନ୍ନତିରେ ପୋଲିସର ଭୂମିକା ଗୁରୁତ୍ବପୂର୍ଣ୍ଣ '' । ଏହାସହ କେବେ ନିଜ ଚରିତ୍ରକୁ ମଳିନ ହେବାକୁ ଦିଅନ୍ତୁ ନାହିଁ । ପରେଡ କରିବାର କୁଶଳତା ନିଜର ଶୃଙ୍ଖଳିତର ପରିଚୟ ଦେଇଥାଏ । ଯେହେତୁ ଆଗକୁ ରାଜ୍ୟରେ ମୋ ସରକାର ଯୋଜନା ଲାଗୁ ହେବାକୁ ଯାଉଛି । କିପରି ଉତ୍ତମ ସେବା ନିତି ଆଦର୍ଶର ଯୋଗାଇ ପାରିବେ ସେନେଇ ବକ୍ତବ୍ୟ ରଖିଥିଲେ ଗୃହମନ୍ତ୍ରୀ ।
ବିଜୁପଟ୍ଟନାୟକ ପୋଲିସ ଏକାଡେମୀରେ ରାଜ୍ୟ ଗୃହମନ୍ତ୍ରୀ - State home minister
ବିଜୁପଟ୍ଟନାୟକ ପୋଲିସ ଏକାଡେମୀ ପରିଦର୍ଶନରେ ରାଜ୍ୟ ଗୃହମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ମନ୍ତ୍ରୀ ସେଠାରେ ପୋଲିସ ପ୍ରଶିକ୍ଷାର୍ଥୀଙ୍କୁ ସମ୍ବୋଧନ କରିବା ସହ ଭବିଷ୍ଯତ ପାଇଁ ଉତ୍ତମ ଉପଦେଶ ପ୍ରଦାନ କରିଛନ୍ତି । ଅଧିକ ଖବର ପଢନ୍ତୁ...
ଫଟୋ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର
ସୂଚନା ଅନୁସାରେ, ୧୯୯୮-୯୯ରୁ୫୦ ଏକର ଜମିରେ ଆରମ୍ଭ ହୋଇଥିବା ବିଜୁ ପଟ୍ଟନାୟକ ପୋଲିସ ଏକାଡେମି ୨୦୦୫ରେ କାର୍ଯ୍ୟକ୍ଷମ ହୋଇଥିଲା । ଯେଉଁଠାରେ ଏଯାବତ ୫୭୮୫ଜଣ ପୋଲିସ ଅଧିକାରିଙ୍କୁ ତାଲିମ ଦିଆଯାଇଛି । ଏଠାରେ ପୋଲିସ ଚାକିରି କରୁଥିବା ପ୍ରଶିକ୍ଷାର୍ଥିଙ୍କୁ ତାଲିମ ଦିଆଯାଇଥାଏ । ତେବେ ଆଗକୁ ଏହାର ସୀମା ପରିବର୍ଦ୍ଧିତ କରିବାର ଯୋଜନା ରହିଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ
Last Updated : Sep 26, 2019, 9:25 AM IST