ଓଡିଶା

odisha

ETV Bharat / city

ଏସସିବି ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନାହାଁନ୍ତି କୋରୋନା ଆକ୍ରାନ୍ତ, ନିର୍ଭୟରେ ଏହି ହସ୍ପିଟାଲକୁ ଆସିପାରିବେ ଲୋକେ - state health secretary reaction on corona

ରାଜ୍ୟର କୌଣସି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନାହାଁନ୍ତି କୋରୋନା ଆକ୍ରାନ୍ତ । ଏପରିକି ଏସସିବିରେ ମଧ୍ୟ ଆକ୍ରାନ୍ତ ଚିକିତ୍ସିତ ହେଉନାହାଁନ୍ତି । ତେଣୁ ଭୟଭୀତ ହୁଅନ୍ତୁ ନାହିଁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ କିଶୋର ଧଳ । ଅଧିକ ପଢନ୍ତୁ...

state health secretary
ଏସସିବି ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନାହାଁନ୍ତି କୋରୋନା ଆକ୍ରାନ୍ତ, ନିର୍ଭୟରେ ଏହି ହସ୍ପିଟାଲକୁ ଆସିପାରିବେ ଲୋକେ

By

Published : Apr 7, 2020, 3:08 PM IST

Updated : Apr 7, 2020, 4:08 PM IST

ଭୁବନେଶ୍ବର: ରାଜ୍ୟର କୌଣସି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନାହାଁନ୍ତି କୋରୋନା ଆକ୍ରାନ୍ତ । ଏପରିକି ଏସସିବିରେ ମଧ୍ୟ ଆକ୍ରାନ୍ତ ଚିକିତ୍ସିତ ହେଉନାହାଁନ୍ତି । ତେଣୁ ଭୟଭୀତ ହୁଅନ୍ତୁ ନାହିଁ । ଯଦି କୌଣସି ଗୁରୁତର ରୋଗ ପାଇଁ ହସ୍ପିଟାଲ ଆସିବାକୁ ଚାହୁଁଛନ୍ତି ତେବେ ଆସିବାକୁ ଡରନ୍ତୁ ନାହିଁ । କାରଣ କୋରୋନା ଆକ୍ରାନ୍ତଙ୍କୁ ଦେଖିବାକୁ ରହିଛନ୍ତି ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ । ଆଜି ଏପରି କହି ଲୋକଙ୍କୁ ଭୟଭୀତ ନହେବାକୁ ଆଶ୍ବାସନା ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ କିଶୋର ଧଳ ।

ଏସସିବି ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନାହାଁନ୍ତି କୋରୋନା ଆକ୍ରାନ୍ତ, ନିର୍ଭୟରେ ଏହି ହସ୍ପିଟାଲକୁ ଆସିପାରିବେ ଲୋକେ

କୋରୋନା ଆକ୍ରାନ୍ତଙ୍କୁ ସ୍ବତନ୍ତ୍ର କୋଭିଡ୍‌ ହସ୍ପିଟାଲରେ ରଖାଯାଇଛି । କେବଳ କ୍ୟାପିଟାଲ ହସ୍ପିଟାଲରେ ଜଣେ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ତାଙ୍କୁ ଛାଡି ଏସସିବି ଓ ଅନ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ଅନ୍ୟ ବେସରକାରୀ ହସ୍ପିଟାଲରେ ଆକ୍ରାନ୍ତ ନାହାଁନ୍ତି । ତେଣୁ ବାକି ହସ୍ପିଟାଲକୁ ଜନସାଧାରଣ ଆସିବାକୁ ଭୟଭୀତ ହୁଅନ୍ତୁ ନାହିଁ ବୋଲି ସେ କହିଛନ୍ତି ।

ସେହିପରି ଯଦି ଆପଣ କୌଣସି ଶ୍ବାସ, ଜ୍ବର ବା ଫ୍ଲୁ ରୋଗରେ ପିଡିତ ଅଛନ୍ତି ତେବେ 104 ନମ୍ବରକୁ କଲ୍‌ କରନ୍ତୁ । 104ରେ ଥିବା ଡାକ୍ତର ଆପଣଙ୍କର ସ୍ବାସ୍ଥ୍ୟ ସମ୍ପର୍କରେ ବୁଝି ଆପଣଙ୍କୁ ସହଯୋଗ କରିବେ ବୋଲି ସ୍ବାସ୍ଥ୍ୟବିଭାଗ ପକ୍ଷରୁ କୁହାଯାଇଛି । ତେଣୁ ଭୟଭୀତ ନହୋଇ ଡାକ୍ତରଖାନା ଆସନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ସ୍ବାସ୍ଥ ସଚିବ ଓ ଡିଏମଇଟି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Apr 7, 2020, 4:08 PM IST

ABOUT THE AUTHOR

...view details