ଭୁବନେଶ୍ବର: ଘରୋଇ ଟୀକାକରଣକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛି ସ୍ବାସ୍ଥ୍ୟ ବିଭାଗ । ଟିକାବଣ୍ଟନକୁ ନେଇ ସଂଶୋଧନ କରିବା ପାଇଁ ଚିଠିରେ ଉଲ୍ଲେଖ ।
ଘରୋଇ ଉତ୍ପାଦକମାନଙ୍କ ଠାରୁ ସିଧାସଳଖ ଟୀକା ଘରୋଇ ଡାକ୍ତରଖାନା କ୍ରୟ କରାଯାଇପାରିବେ । ଆଜି ପର୍ଯ୍ୟନ୍ତ ଓଡି଼ଶାରେ କେବଳ ଚାରିଟି ଘରୋଇ ଡାକ୍ତରଖାନା ସିଧାସଳଖ ଟିକା କ୍ରୟ କରିବାରେ ସକ୍ଷମ ହୋଇଛନ୍ତି । ଓଡି଼ଶାରେ ଘରୋଇ ଡାକ୍ତରଖାନାର ଉପସ୍ଥିତି ବହୁତ କମ ଥିବା ବେଳେ ମୋଟ ସ୍ବାସ୍ଥ୍ୟ ସେବା କ୍ଷେତ୍ରର ମାତ୍ର 5% ମଧ୍ୟରେ ସୀମିତ ଅଟେ ।