ଓଡିଶା

odisha

ETV Bharat / city

ରାଜ୍ୟରେ ସୁଦୃଢ ହେବ ସ୍ବାସ୍ଥ୍ୟ ଭିତ୍ତିଭୂମି, ସୃଷ୍ଟି ହେଲା ୧୧ ହଜାର ନୂଆ ନର୍ସିଂ ଅଫିସର ପଦବୀ - ମୁଖ୍ୟମନ୍ତ୍ରୀ ମବୀନ ପଟ୍ଟନାୟକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗରେ ସୃଷ୍ଟି ହୋଇଛି ୧୧,୦୦୬ଟି ନୂତନ ନର୍ସିଂ ଅଫିସର ପଦବୀ । 2 ପର୍ଯ୍ୟାୟରେ ମିଳିବ ନିଯୁକ୍ତି। ଅଧିକ ପଢନ୍ତୁ...

ରାଜ୍ୟରେ ସୁଦୃଢ ହେବ ସ୍ବାସ୍ଥ୍ୟ ଭିତ୍ତିଭୂମି,  ସୃଷ୍ଟି ହେଲା ନୂଆ ୧୧ ହଜାର ନର୍ସିଂ ଅଫିସର ପଦବୀ
ରାଜ୍ୟରେ ସୁଦୃଢ ହେବ ସ୍ବାସ୍ଥ୍ୟ ଭିତ୍ତିଭୂମି, ସୃଷ୍ଟି ହେଲା ନୂଆ ୧୧ ହଜାର ନର୍ସିଂ ଅଫିସର ପଦବୀ

By

Published : Aug 19, 2021, 8:04 PM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗରେ ସୃଷ୍ଟି ହୋଇଛି ୧୧,୦୦୬ଟି ନୂତନ ନର୍ସିଂ ଅଫିସର ପଦବୀ । ରାଜ୍ୟରେ ସ୍ବାସ୍ଥ୍ୟ ସେବାକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରିବାପାଇଁ ଏହି ପଦବୀ ସୃଷ୍ଟି କରାଯାଇଛି ।

ଦକ୍ଷ ଓ କ୍ରିୟାଶୀଳ ହେବ ରାଜ୍ୟ ସ୍ବାସ୍ଥ୍ୟ ସେବା। ରାଜ୍ୟର ସମସ୍ତ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ସହିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ର ତଥା ବିଭିନ୍ନ ମେଡିକାଲ କଲେଜରେ ଖାଲି ଥିବା ପଦବୀ ଗୁଡିକ ପୂରଣ କରାଯିବ । ଏହିସବୁ ପଦବୀ ଗୁଡିକ 2ଟି ପର୍ଯ୍ୟାୟରେ ପୂରଣ କରାଯିବ । ଓଡିଶା ନର୍ସିଂ ସେବା ନିୟାମାବଳୀ ୨୦୧୯ ଅନୁଯାୟୀ ଏହି ପଦବୀ ଗୁଡିକ ପୂରଣ କରାଯିବ ।

ଏହି ନୂତନ ପଦବୀ ଗୁଡିକ ମଧ୍ୟରୁ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ଗୁଡିକରେ ୮୭୪ଟି ପଦବୀ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଗୁଡିକରେ ୫,୪୦୦ଟି ପଦବି ରହିଥିବାବେଳେ ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ର ଗୁଡିକରେ ୨,୬୫୯ଟି ପଦବୀ ସୃଷ୍ଟି କରାଯାଇଛି। ଏହିପରି ଜିଲ୍ଲାସ୍ତରରେ ସମୁଦାୟ ୮,୯୩୩ଟି ପଦବୀ ସୃଷ୍ଟି କରାଯାଇଛି । ଏହାବ୍ୟତୀତ ରାଜ୍ୟର ବିଭିନ୍ନ ମେଡିକାଲ କଲେଜ ହସ୍ପିଟାଲ ଗୁଡିକରେ ମଧ୍ୟ ୨,୦୭୩ଟି ପଦବୀ ସୃଷ୍ଟି କରାଯାଇଥିବା ସୂଚନା ମିଳିଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details