ଭୁବନେଶ୍ବର: ରାଜ୍ୟରେ ଯଥେଷ୍ଟ ପରିମାଣରେ ରେମଡେସିଭର ଗଚ୍ଛିତ ରହିଥିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି । କୋରୋନା ସମୟରେ ରେମଡେସିଭର ଇଞ୍ଜେକ୍ସନ ଓ ଫାବିପିରାଭିର ଟାବ୍ଲେଟ୍ସ ପର୍ଯ୍ୟାପ୍ତ ପରିମାଣରେ ରହିଛି ।
'ରାଜ୍ୟରେ ଯଥେଷ୍ଟ ପରିମାଣର ରେମଡେସିଭର ଗଚ୍ଛିତ ଅଛି' - କୋରୋନା ଟିକା
ରାଜ୍ୟରେ ଯଥେଷ୍ଟ ପରିମାଣରେ ରେମଡେସିଭର ଗଚ୍ଛିତ ରହିଥିବା ନେଇ ରାଜ୍ୟ ସରକାରଙ୍କ ସୂଚନା । କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଅଧିକ ପଢନ୍ତୁ....
ରାଜ୍ୟରେ ବର୍ତ୍ତମାନ ଯଥେଷ୍ଟ ପରିମାଣରେ ରେମଡେସିଭର ଇଞ୍ଜେକ୍ସନ ଓ ଫାବିପିରାଭିର ଟାବ୍ଲେଟ୍ସ ରାଜ୍ୟ ଔଷଧ ନିଗମ ନିକଟରେ ଉପଲବ୍ଧ ଅଛି । ଆବଶ୍ୟକସ୍ଥଳେ ଘରୋଇ ଡାକ୍ତରଖାନାଗୁଡିକୁ ରାଜ୍ୟ ଔଷଧ ନିଗମ ଦ୍ଵାରା ଏହି ଔଷଧ ଗୁରୁତର ରୋଗୀଙ୍କୁ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି ବୋଲି ରାଜ୍ୟ ସରକାର କହିଛନ୍ତି ।
ସେହିପରି କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟରେ ବ୍ୟବହାର ପାଇଁ ଗତ 21 ତାରିଖରୁ 3 ତାରିଖ ପର୍ଯ୍ୟନ୍ତ ୨୧,୦୦୦ ସଂଖ୍ୟକ ରେମଡେସିଭର ଇଞ୍ଜେକ୍ସନ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । ରାଜ୍ୟ ସରକାର ଏହି ଔଷଧଗୁଡିକର ସୁପରିଚାଳନା ପାଇଁ ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରୁଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ