ଓଡିଶା

odisha

ETV Bharat / city

ରାଜ୍ୟରେ କୋରୋନା ପରୀକ୍ଷା ପାଇଁ କେନ୍ଦ୍ରକୁ ଚିଠି ଲେଖିବ ରାଜ୍ୟ - ସ୍ବାସ୍ଥ୍ୟ ସଚିବ

ରାଜ୍ୟରେ କୋରୋନା ଭାଇରସ ରକ୍ତ ପରୀକ୍ଷା ପାଇଁ କେନ୍ଦ୍ରକୁ ଚିଠି ଲେଖିବେ ରାଜ୍ୟ ସରକାର । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ସଚିବ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

State govt
State govt

By

Published : Mar 4, 2020, 8:44 PM IST

ଭୁବନେଶ୍ବର: ସମ୍ପ୍ରତି ବିଶ୍ବରେ ଭୟଙ୍କର ଭାବେ କୋରୋନା ଭାଇରସ ବ୍ୟାପୀବାରେ ଲାଗିଛି । ଚୀନ ରୁ ଆରମ୍ଭ ହୋଇଥିବା ଏହି ଭାଇରସ ଏବେ ବିଶ୍ବର 60 ରୁ ଅଧିକ ଦେଶକୁ ମାଡି ଗଲାଣି । ଏହାସହ ପ୍ରାୟ ଏକଲକ୍ଷ ଲୋକ ଏଥିରେ ଆକ୍ରାନ୍ତ ହେବା ସହ 3 ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇସାରିଛି ।

ରାଜ୍ୟରେ କୋରୋନା ପରୀକ୍ଷା ପାଇଁ କେନ୍ଦ୍ରକୁ ଚିଠି ଲେଖିବ ରାଜ୍ୟ

କୋରୋନା ମୁକାବିଲା ପାଇଁ ରାଜ୍ୟ ସରକାର ମଧ୍ୟ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଉ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ସ୍ବରୂପ ରାଜ୍ୟରେ କୋରୋନା ରକ୍ତ ନମୁନା ପରୀକ୍ଷା କେନ୍ଦ୍ର ଖୋଲିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖାଯିବ ବୋଲି କହିଛନ୍ତି ସ୍ଵାସ୍ଥ୍ୟ ସଚିବ ନିକୁଞ୍ଜ ଧଳ । ରାଜ୍ୟର ଦୁଇଟି ସ୍ଥାନ କଟକ ଏସସିବି ମେଡିକାଲ ଓ ଆରଏମଆରସିରେ ଏହି କେନ୍ଦ୍ର ଖୋଲିବା ପାଇଁ ଚିଠି ଲେଖାଯିବ ବୋଲି ସୂଚନା ଦେଇଛନ୍ତି ଧଳ ।

ସ୍ବାସ୍ଥ୍ୟ ସଚିବ ଆହୁରି କହିଛନ୍ତି କୋରୋନାର ପ୍ରତିଷେଧକ ମୂଳକ ସ୍ବରୂପ କୌଣସି ସ୍ଥାନରେ ଏକତ୍ର ନହେବା ତଥା ସଭା ସମିତି ନକରିବା ନେଇ ଲୋକଙ୍କୁ ପରାମର୍ଶ ଦେଇଛନ୍ତି । ଏହାସହ କରମର୍ଦ୍ଦନ, ଆଲିଙ୍ଗନ ନ କରିବା, ବାରମ୍ବାର ହାତ ଧୋଇବା, ସହ ସ୍ବଛ ଅବଲମ୍ବନ କରିବାକୁ ମଧ୍ୟ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details