ଓଡିଶା

odisha

ETV Bharat / city

କେନ୍ଦ୍ର ଦେଉନି ସବସିଡି ଟଙ୍କା, କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ଯୋଗାଣ ମନ୍ତ୍ରୀ - letter to union minister for subsidy money

କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ରାମ ବିଳାସ ପାଶୱାନଙ୍କୁ ଚିଠି ଲେଖି ଜଣାଇଛନ୍ତି ରାଜ୍ୟ ଯୋଗାଣମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଖରିଫ ଧାନ ସଂଗ୍ରହ ବାବଦରେ ଆସୁଥିବା ସବସିଡି ଅର୍ଥ ପ୍ରଦାନରେ କେନ୍ଦ୍ର ଟାଳଟୁଳ ନୀତିକୁ ନେଇ ଏହି ଚିଠି ଲେଖାଯାଇଛି ।

union minister
କେନ୍ଦ୍ରକୁ ଯୋଗାଣମନ୍ତ୍ରୀଙ୍କ ଚିଠି

By

Published : Jan 22, 2020, 5:20 PM IST

ଭୁବନେଶ୍ବର: ରାଜ୍ୟକୁ ଖରିଫ ଧାନ ସଂଗ୍ରହ ବାବଦରେ ଆସୁଥିବା ସବସିଡି ଅର୍ଥ ପ୍ରଦାନରେ କେନ୍ଦ୍ର ଟାଳଟୁଳ ନୀତି ଅବଲମ୍ବନ କରୁଛି। ଯାହାକୁ ନେଇ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବା ସହ ବକେୟା ରାଶି ଓ ଅଗ୍ରୀମ ରାଶି ପ୍ରଦାନ କରିବାକୁ ଚିଠି ଲେଖିଛନ୍ତି ରାଜ୍ୟ ଯୋଗାଣମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ରାମ ବିଳାସ ପାଶୱାନଙ୍କୁ ଚିଠି ଲେଖି ଜଣାଇଛନ୍ତି ରାଜ୍ୟ ଯୋଗାଣମନ୍ତ୍ରୀ।

କେନ୍ଦ୍ରକୁ ଯୋଗାଣମନ୍ତ୍ରୀଙ୍କ ଚିଠି

ଡିସେମ୍ବରରେ ଶେଷ ହୋଇଥିବା ତ୍ରୈମାସରେ କେନ୍ଦ୍ର ଉପରେ 2,872 କୋଟି ଟଙ୍କା ବାକି ପଡିଛି। ମୋଟ 4307.17 କୋଟି ଟଙ୍କା ରାଜ୍ୟ ଦାବି କରିଥିବାବେଳେ ଅଗ୍ରୀମ ବାବଦକୁ ମିଳିଥିଲା ମାତ୍ର 1,434 କୋଟି ଟଙ୍କା।

ତେବେ ମାର୍ଚ୍ଚରେ ଶେଷ ହେବାକୁ ଥିବା ତ୍ରୈମାସ ପାଇଁ ଖୁବଶୀଘ୍ର ରାଜ୍ୟ ପ୍ରସ୍ତାବ ପଠାଇବା ପାଇଁ ଯାଉଛି। ବୁଝାମଣାପତ୍ର ଅନୁସାରେ, କେନ୍ଦ୍ର ସରକାର ପ୍ରତି ତ୍ରୈମାସର ପ୍ରଥମ ମାସରେ ଅଗ୍ରୀମ ଅର୍ଥରାଶି ପ୍ରଦାନ କରିବା କଥା। ହେଲେ 2019-20 ଆର୍ଥିକ ବର୍ଷରେ ଥରେ ବି ଏହା ପାଳନ ହୋଇନାହିଁ।

ଅନ୍ୟପଟେ ଯଦି ସବସିଡି ଟଙ୍କା ସଠିକ ସମୟରେ ନମିଳେ, ତେବେ ଚାଷୀଙ୍କୁ ପ୍ରାପ୍ୟ ପ୍ରଦାନ କରିବାରେ ବିଳମ୍ବ ହେବ। ଯେହେତୁ ଓଡିଶା ରାଜ୍ୟ ଯୋଗାଣ ନିଗମ ଚାଷୀଙ୍କୁ ତାଙ୍କର ପ୍ରାପ୍ୟ ପ୍ରଦାନ କରି ସାରିଛି, ତେଣୁ ଟଙ୍କା ନମିଳେ ତେବେ ଏହି ସଂସ୍ଥା ଅଧିକ ଦେବାଳିଆ ହୋଇଯିବ ବୋଲି ସେ କହିଛନ୍ତି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details