ଭୁବନେଶ୍ବର: କୋଭିଡ଼ର ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହେବା ନେଇ ବିଶେଷଜ୍ଞମାନେ ପୂର୍ବାନୁମାନ କରୁଛନ୍ତି । ତେଣୁ ଶିଶୁଙ୍କୁ ଟିକା ଦେବା ନେଇ କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ହେଲେ କେବେ ଓ କେଉଁ ପ୍ରକ୍ରିୟାରେ ଟିକା ଦିଆଯିବ ସେନେଇ ସ୍ପଷ୍ଟ ଚିତ୍ର ଆସିନି । ତେବେ କେନ୍ଦ୍ର ଗାଇଡ଼ଲାଇନ ଜାରି କଲେ ରାଜ୍ୟ ସରକାର ପ୍ରସ୍ତୁତ ହେବେ ବୋଲି DMET କହିଛନ୍ତି ।
କେନ୍ଦ୍ରର ଗାଇଡଲାଇନ ଆସିବା ପରେ ଶିଶୁଙ୍କୁ ମିଳିବ ଟିକା - କେନ୍ଦ୍ର ଗାଇଡଲାଇନ
ତୃତୀୟ ଲହରରେ ଅଧିକ ପ୍ରଭାବିତ ହେବେ ଶିଶୁ । ଏଣୁ ଶିଶୁମାନଙ୍କ ଟୀକାକରଣ ନେଇ କେନ୍ଦ୍ର ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର ଟିକାଦାନ ପାଇଁ ପ୍ରସ୍ତୁତ ହେବେ କହିଲେ DMET । ଅଧିକ ପଢନ୍ତୁ...
![କେନ୍ଦ୍ରର ଗାଇଡଲାଇନ ଆସିବା ପରେ ଶିଶୁଙ୍କୁ ମିଳିବ ଟିକା କେନ୍ଦ୍ରର ଗାଇଡଲାଇନ ପରେ ଶିଶୁଙ୍କୁ ମିଳିବ ଟିକା](https://etvbharatimages.akamaized.net/etvbharat/prod-images/768-512-12599094-thumbnail-3x2-bbsr.jpg)
କେନ୍ଦ୍ରର ଗାଇଡଲାଇନ ପରେ ଶିଶୁଙ୍କୁ ମିଳିବ ଟିକା
କେନ୍ଦ୍ରର ଗାଇଡଲାଇନ ପରେ ଶିଶୁଙ୍କୁ ମିଳିବ ଟିକା
DMET କହିଛନ୍ତି ଯେ, ଛୋଟ ଛୁଆମାନଙ୍କୁ ଟିକା ଦେବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତାଙ୍କର ଦଳୀୟ ବୈଠକରେ କହିଛନ୍ତି । ମାତ୍ର ସରକାରୀ ସ୍ତରରେ ଏ ନେଇ ଅନୁମୋଦନ ମିଳିନି । ଗାଇଡଲାଇନ ମଧ୍ୟ ଜାରି ହୋଇନାହିଁ । ଟୀକାକରଣ ନେଇ କେନ୍ଦ୍ର ଗାଇଡ଼ଲାଇନ ଜାରି କଲେ ରାଜ୍ୟ ସରକାର ପ୍ରସ୍ତୁତି ହେବେ ବୋଲି DMET କହିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ