ଭୁବନେଶ୍ବର: ପୁରୀ ଶ୍ରୀମନ୍ଦିର ଏବଂ ଜଗନ୍ନାଥ ସଂସ୍କୃତି ଓଡ଼ିଆଙ୍କ ଭାବାବେଗ ସହ ଜଡ଼ିତ ରହିଛି । ଏହାର ସୁରକ୍ଷା ନେଇ ପ୍ରତ୍ୟେକ ଚିନ୍ତାରେ ରହିଛନ୍ତି । ଏଥିପାଇଁ ଶ୍ରୀକ୍ଷେତ୍ରରେ ଯେଉଁ ଆଇନ ବା ପ୍ରକଳ୍ପ କରାଯାଉଛି ତାହା ASI ନିୟମ ଅନୁଯାୟୀ କାର୍ଯକାରୀ କରିବାକୁ ଦାବି କରିଛନ୍ତି ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ । ଯେଉଁମାନେ ଏହି ନିୟମ ବା ପ୍ରକଳ୍ପକୁ ବିରୋଧ କରୁଛନ୍ତି ସେମାନଙ୍କ ସହ ଆଲୋଚନା କରି ରାଜ୍ୟ ସରକାର ଓ ପ୍ରଶାସନ ସମାଧାନର ବାଟ ବାହାର କରିବା ଉଚିତ୍ ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବିଜେପି ସମର୍ଥନ ଦେଉଛି କି, ପ୍ରଶ୍ନର ଉତ୍ତର ଦେଇ ବିଜେପି ମୁଖପାତ୍ର କହିଛନ୍ତି ଯେ, ‘କୌଣସି ବିକାଶ କାର୍ଯ୍ୟକୁ ବିଜେପି କେବେ ବିରୋଧ କରିନାହିଁ । ଏହାଛଡ଼ା ଏହା କୌଣସି ରାଜନୈତିକ ମୁଦ୍ଦା ନୁହେଁ । ଏହା ଓଡ଼ିଆଙ୍କ ଭାବାବେଗର କଥା । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶ୍ରୀମନ୍ଦିର ସୁରକ୍ଷା ପାଇଁ ଯେଉଁ ସବୁ ନିୟମ ରହିଛି ତାହାକୁ କାର୍ଯ୍ୟକାରୀ କରିବା ଆବଶ୍ୟକ । ଶ୍ରୀମନ୍ଦିରର ବିକାଶ ଆଇନ ଅନୁଯାୟୀ ହେଉ ।’