ଓଡିଶା

odisha

ETV Bharat / city

ଆଇଏଏସ ସ୍ତରରେ ପୁଣି ଅଦଳ ବଦଳ

ନବ ନିଯୁକ୍ତ ମୁଖ୍ୟ ଶାସନ ସଚିବ ଦାୟିତ୍ବ ନେବା ପୂର୍ବରୁ ପୁଣିଥରେ ରାଜ୍ୟ ସରକାର ଆଇଏଏସ ସ୍ତରରେ କରିଛନ୍ତି ଅଦଳ ବଦଳ ।

By

Published : Aug 17, 2019, 6:16 PM IST

Updated : Aug 17, 2019, 7:27 PM IST

ଫାଇଲ ଫଟୋ

ଭୁବନେଶ୍ବର: ରାଜ୍ୟରେ ପଞ୍ଚମ ଥର ପାଇଁ ସରକାର ଆରମ୍ଭ କରିଥିବା ନବୀନ ପଟ୍ଟନାୟକଙ୍କ ପ୍ରଶାସନିକ ଟିମ ଗଠନ ପ୍ରକ୍ରିୟା ଏଯାଏଁ ଶେଷ ନାହିଁ । ଗତ ଦୁଇ ମାସ ଧରି ଚାଲିଛି ପ୍ରଶାସନିକ ଅଧିକାରୀଙ୍କ ସ୍ତରରେ ଅଦଳ ବଦଳ ।

କିଛିଦିନ ପରେ ପୁଣିଥରେ ଆଜି ରାଜ୍ୟ ସରକାର ଆଇଏଏସ ସ୍ତରରେ କରିଛନ୍ତି ବଡ ଧରଣର ଅଦଳ ବଦଳ । ଗୃହ ବିଭାଗ ସଚିବ ଥିବା ଅସିତ ତ୍ରୀପାଠି ମୁଖ୍ୟ ଶାସନ ସଚିବ ହେବା ପରେ ତାଙ୍କ ସ୍ଥାନରେ ସଞ୍ଜୀବ ଚୋପ୍ରାଙ୍କୁ ଅତିରିକ୍ତ ଦାୟିତ୍ବ ମିଳିଛି ।

ଫଟୋ ସୌଜନ୍ୟ:ଫଟୋ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର
  1. ମୋନା ଶର୍ମା- ଗ୍ରାମ୍ୟ ଉନ୍ନୟନ ଓ ଜଙ୍ଗଳ ପରିବେଶ ବିଭାଗ ଅତିରିକ୍ତ ଦାୟିତ୍ବ
  2. ଗଗନ ଧଳ - OFDC ଅଧ୍ୟକ୍ଷ
  3. ପ୍ରଦିପ୍ତ ମହାପାତ୍ର-କୃଷି ଉତ୍ପାଦ କମିଶନର
  4. ଆର ଏନ ପଲାଇ- ରାଜସ୍ବ ବିପର୍ଯ୍ୟୟ ପରିଚାଳନା ବିଭାଗର ସ୍ବତନ୍ତ୍ର ସଚିବ
  5. ସୁରେଶ ଚନ୍ଦ୍ର ମହାପାତ୍ର- ଉନ୍ନୟନ କମିଶନର ଏବଂ ଯୋଜନା ଓ ସଂଯୋଜନା ବିଭାଗ
  6. ସଞ୍ଜୀବ ଚୋପ୍ରା- ଶିଳ୍ପ ସହ ଗୃହ ବିଭାଗର ଅତିରିକ୍ତ ଦାୟିତ୍ବ
  7. ସୁଦର୍ଶନ ପାଲ ଠାକୁର- କେବିକେ ପ୍ରଶାସକ ସହ ସ୍କୁଲ ଗଣଶିକ୍ଷା ବିଭାଗ ଅତିରିକ୍ତ ଦାୟିତ୍ବ
  8. ମନୋଜ ମିଶ୍ର- ବାଣିଜ୍ୟ ପରିବହନ ବିଭାଗର ସ୍ବତନ୍ତ୍ର ସଚିବ ସହ E&IT ବିଭାଗର ଅତିରିକ୍ତ ଦାୟିତ୍ବ ।
    ଫଟୋ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର

ତେବେ ଏହି ସମସ୍ତ ବଦଳି ଆସନ୍ତା 19 ତାରିଖ ଅର୍ଥାତ ସୋମବାରରୁ କାର୍ଯ୍ୟକାରୀ ହେବ ବୋଲି ସାଧାରଣ ପ୍ରଶାସନ ବିଭାଗ ସ୍ପଷ୍ଚ କରିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Aug 17, 2019, 7:27 PM IST

ABOUT THE AUTHOR

...view details