ଭୁବନେଶ୍ବର: ରାଜ୍ୟରେ ଦୁଇଜଣ ଓମିକ୍ରନ ଭାରିଆଣ୍ଟ୍ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ ପ୍ରଶାସନ ଓ ରାଜ୍ୟ ସରକାର ଉଭୟ ଚିନ୍ତାରେ ପଡ଼ି ଯାଇଛନ୍ତି । ଓମିକ୍ରନ ରାଜ୍ୟରେ ତୃତୀୟ ଲହର ଆଣିପାରେ ବୋଲି ଆଶଙ୍କା କରାଯାଉଛି । ଏହାକୁ ନେଇ ରାଜ୍ୟ ସରକାର ଆଜି(ବୁଧବାର) ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ । ଏହି ବୈଠକରେ ଓମିକ୍ରନ ଭାରିଆଣ୍ଟ୍ର ମୁକାବିଲା ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।
ଏହା ବି ପଢନ୍ତୁ:ନାଇଜେରିଆ ଫେରନ୍ତା ଓମିକ୍ରନ ସଂକ୍ରମିତ, ସ୍ବାସ୍ଥ୍ୟାବସ୍ଥା ସ୍ଥିର ନେଇ ସୂଚନା ଦେଲେ କଟକ ADMO
ସମସ୍ତ ସ୍ଥାନରେ ସ୍ଥିତି ଦେଖି କଟକଣା କଡ଼ାକଡ଼ି କରିବାକୁ ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲିଟିକୁ ନିର୍ଦ୍ଦେଶ ଦେଇଛନ୍ତି । ତା ସହିତ ସମସ୍ତ ଜିଲ୍ଲାରେ ସର୍ଭେଲାନ୍ସ ବଢ଼ାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଯେଉଁମାନେ ପ୍ରଥମ କିମ୍ବା ଦ୍ବିତୀୟ ଡୋଜ୍ ଟିକା ନେଇ ନାହାନ୍ତି, ଯଥାଶୀଘ୍ର ସେମାନଙ୍କୁ ଟିକା ନେବାକୁ ପରାମର୍ଶ ଦିଆଯାଇଛି ।