ଓଡିଶା

odisha

ETV Bharat / city

ପଞ୍ଚାୟତ ନିର୍ବାଚନ ପାଇଁ ଲୋକଙ୍କୁ ଲଲିପପ୍ ଦେଲେ ସରକାର: ବିଜେପି

ବିଜୁ ପକ୍କା ଘର ମରାମତି ବାବଦରେ ସରକାର ୩ ହଜାର ଲେଖାଏଁ ସହାୟତା ରାଶି ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିଜେପି ମୁଖପାତ୍ର ସୋନାଲି ସାହୁ । ଅଧିକ ପଢ଼ନ୍ତୁ

ପଞ୍ଚାୟତ ନିର୍ବାଚନ ପାଇଁ ଲୋକଙ୍କୁ ଲଲିପପ୍ ଦେଲେ ସରକାର: ବିଜେପି
ପଞ୍ଚାୟତ ନିର୍ବାଚନ ପାଇଁ ଲୋକଙ୍କୁ ଲଲିପପ୍ ଦେଲେ ସରକାର: ବିଜେପି

By

Published : Dec 22, 2021, 7:11 PM IST

ଭୁବନେଶ୍ବର:ବିଜୁ ପକ୍କା ଘର ମରାମତି ବାବଦରେ ସରକାର ୩ ହଜାର ଲେଖାଏଁ ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଏହି ପ୍ରସଙ୍ଗ ନେଇ ବିଜେପି ମୁଖପାତ୍ର ସୋନାଲି ସାହୁ ପ୍ରତିକ୍ରିୟା ଦେଇଛନ୍ତି । ରାଜ୍ୟ ସରକାରଙ୍କ ଏହି ଘୋଷଣାକୁ ନେଇ କଟାକ୍ଷ କରିଛନ୍ତି ବିଜେପି ମୁଖପାତ୍ର ।

ପଞ୍ଚାୟତ ନିର୍ବାଚନ ପାଇଁ ଲୋକଙ୍କୁ ଲଲିପପ୍ ଦେଲେ ସରକାର: ବିଜେପି

ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ବିଜୁ ପକ୍କାଘର ମରାମତି, ନିର୍ମାଣ ଶ୍ରମିକ ପକ୍କାଘର ଓ ଖଣି ଅଞ୍ଚଳ ପକ୍କା ଘର ମରାମତି ବାବଦରେ ସରକାର ୩ ହଜାର ଲେଖାଏଁ ସହାୟତା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାକୁ ନେଇ ବିଜେପି ମୁଖପାତ୍ର ସୋନାଲି ସାହୁ ପ୍ରତିକ୍ରିୟାରେ କହିଛନ୍ତି ଯେ, "ରାଜ୍ୟ ସରକାରଙ୍କ କଣ ମନେପଡିଲା ? ଏବେ ବୋଧ ହୁଏ ସରକାରଙ୍କ ନିଦ ଭାଙ୍ଗିଲା ସହାୟତା ଦେବା ପାଇଁ । ଆବାସ ଯୋଜନା ପାଇଁ କେନ୍ଦ୍ର ସରକାର ପର୍ଯ୍ୟାପ୍ତ ଅନୁଦାନ ଦେଉଛନ୍ତି । ହେଲେ ରାଜ୍ୟ ସରକାର କଣ ପାଇଁ ଘର ତିଆରି କଲେନାହିଁ ? ଏଭଳି ସହାୟତା ଦେଇ ରାଜ୍ୟ ସରକାର ନିଜ ଅପାରଗତାକୁ ଲୁଚେଇବାକୁ ଚେଷ୍ଟା କରିଛନ୍ତି ।"

ପକ୍କା ଘର ମରାମତି ବାବଦକୁ ଆର୍ଥିକ ସହାୟତା ଦେଇ ପଞ୍ଚାୟତ ନିର୍ବାଚନ ଆଗରୁ ଲୋକଙ୍କୁ ରାଜ୍ୟ ସରକାର ଲଲିପପ୍‌ ଧରାଇ ଦେଇଥିବା ଅଭିଯୋଗ ହୋଇଛି । ଆର୍ଥିକ ବର୍ଷ ୨୦୧୫-୧୬ ପରଠୁ ରାଜ୍ୟ ସରକାରଙ୍କ ବଜେଟରେ ଅର୍ଥ ନାହିଁ । ଯେଉଁଥିପାଇଁ ମୋ କୁଡ଼ିଆ ଓ ବିଜୁ ପକ୍କା ଘର ପାଇଁ ବ୍ୟୟବରାଦ କରିନାହାନ୍ତି । ହିତାଧିକାରୀ ପକ୍କା ଘର ଯୋଜନାରେ ସାମିଲ ହୋଇ ପାରିନାହାନ୍ତି । ଯେମିତି ପଞ୍ଚାୟତ ନିର୍ବାଚନ ଆସିଲା ଲୋକମାନଙ୍କ ଆକ୍ରୋଶକୁ ଦବାଇବା ପାଇଁ ଏହି ବିକଳ୍ପକୁ ଚୟନ କଲେ ସରକାର ବୋଲି କହିଛନ୍ତି ସୋନାଲି ସାହୁ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details