ଓଡିଶା

odisha

ETV Bharat / city

ଆୟୁଷ୍ମାନ ଯୋଜନା ପାଇଁ ପୁଣି ବିଜେପି ଓ ବିଜେଡି ମୁହାଁମୁହିଁ - ayushman scheme says lekhashree

ସରକାରଙ୍କ ଆୟୁଷ୍ମାନ ଯୋଜନାକୁ ନେଇ ଲେଖାଶ୍ରୀ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାରେ ବହୁତ ରାଜ୍ୟ ଉପକୃତ ହୋଇସାରିଲେଣି। ଓଡିଶା କ’ଣ ପାଇଁ ଏହାକୁ ଲାଗୁ କରୁନାହିଁ ଏହାର ଜବାବ ସରକାର ଦେବା ଉଚିତ୍। ଅଧିକ ପଢନ୍ତୁ...

ସରକାରଙ୍କ ଆୟୁଷ୍ମାନ ଯୋଜନା ପାଇଁ ପୁଣି ବିଜେପି ଓ ବିଜେଡି ମୁହାଁ ମୁହିଁ
ସରକାରଙ୍କ ଆୟୁଷ୍ମାନ ଯୋଜନା ପାଇଁ ପୁଣି ବିଜେପି ଓ ବିଜେଡି ମୁହାଁ ମୁହିଁ

By

Published : Oct 8, 2021, 9:38 PM IST

ଭୁବନେଶ୍ବର: ସରକାରଙ୍କ ଆୟୁଷ୍ମାନ ଯୋଜନା ପାଇଁ ପୁଣି ବିଜେପି ଓ ବିଜେଡି ମୁହାଁମୁହିଁ । ଗତକାଲି ବ୍ରହ୍ମଗିରିରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ବେଳେ ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଆୟୁଷ୍ମାନ କଥା ଉଠାଇଥିଲେ। ଯାହାକୁ ନେଇ ବିଜେଡିର ମନ୍ତ୍ରୀ ଓ ସାଂସଦ ଘେରିଥିଲେ। ଏହାକୁ ନେଇ ପ୍ରତିକ୍ରିୟାରେ ଲେଖାଶ୍ରୀ କହିଛନ୍ତି ଯେ, କେନ୍ଦ୍ର ଓ ରାଜ୍ୟର ଲଢେଇ ନହେଉ। ସ୍ୱାସ୍ଥ୍ୟ ହେଉଛି ସାଧାରଣ ଜନତାଙ୍କ ଅଧିକାର। କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାରେ ବହୁତ ରାଜ୍ୟ ଉପକୃତ ହୋଇସାରିଲେଣି। ଓଡିଶା କ’ଣ ପାଇଁ ଏହାକୁ ଲାଗୁ କରୁନାହିଁ, ଏହାର ଜବାବ ସରକାର ଦେବା ଉଚିତ୍।

ସରକାରଙ୍କ ଆୟୁଷ୍ମାନ ଯୋଜନା ପାଇଁ ପୁଣି ବିଜେପି ଓ ବିଜେଡି ମୁହାଁ ମୁହିଁ

ଆୟୁଷ୍ମାନ ଯୋଜନାରେ ସାଧାରଣ ଲୋକମାନେ ୫ ଲକ୍ଷ ପର୍ଯ୍ୟନ୍ତ ଚିକିତ୍ସା ପାଇପାରିବେ। ଗରିବଙ୍କୁ ଜମି ବିକ୍ରି କରିବାକୁ ପଡିବ ନାହିଁ। ରାଜ୍ୟ ସରକାର ଯେଉଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏକ ନିର୍ବାଚନ ଧୂଆଁବାଣ। ରାଜ୍ୟରେ ହସ୍ପିଟାଲ ମାନଙ୍କରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ଶୁଣିଲେ ଚିକିତ୍ସା ମିଳୁନାହିଁ। କାରଣ ରାଜ୍ୟ ସରକାର ସେ ପଇସା ଦେଇନାହାନ୍ତି। ରାଜ୍ୟର ସ୍ୱାସ୍ଥ୍ୟସେବା ଏବେ ବିପର୍ଯ୍ୟୟ ଅବସ୍ଥାରେ ଚାଲିଛି। କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଦେଉଛନ୍ତି ସବୁ ବାଟମାରଣା ହେଉଛି। କାଲି ଯେଉଁ ସାଂସଦ ପିନାକୀ ମିଶ୍ର କହୁଥିଲେ ଆୟୁଷ୍ମାନ ଯୋଜନା ଏକ ଇନସୁରାନ୍ସ ସେ ଅନ୍ୟ ରାଜ୍ୟ ଗୁଡ଼ିକୁ ଯାଇ ଦେଖି ଆସନ୍ତୁ ବୋଲି ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details