ଓଡିଶା

odisha

ETV Bharat / city

ବାଲିଯାତ୍ରାକୁ ମିଳିବ ସରକାରୀ ମାନ୍ୟତା - କଟକ ବାଲିଯାତ୍ରାକୁ ଐତିହାସିକ ଓ

କଟକ ବାଲିଯାତ୍ରାକୁ ମିଳିବ ରାଜ୍ୟସ୍ତରୀୟ ସରକାରୀ ମାନ୍ୟତା ମିଳିବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ପ୍ରତାପ ଜେନା । କଟକ ବାଲିଯାତ୍ରାକୁ ପର୍ଯ୍ୟଟନ ଓ ସଂସ୍କୃତି, ଅର୍ବାନ ବିଭାଗ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯିବ  ।

ଫଟୋ ସୌଜନ୍ୟ : ଫାଇଲ ଫଟୋ

By

Published : Nov 1, 2019, 1:34 PM IST

Updated : Nov 1, 2019, 3:09 PM IST

ଭୁବନେଶ୍ବର: କଟକ ବାଲିଯାତ୍ରାକୁ ମିଳିବ ସରକାରୀ ମାନ୍ୟତା । ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତରାଜ, ଆଇନ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ଏହା ସହ ବାଲିଯାତ୍ରାକୁ ରାଜ୍ୟସ୍ତରୀୟ ମାନ୍ୟତା ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଯେଉଁ ଦାବି ଗୁଡିକୁ ରହିଛି ସେଗୁଡିକୁ ପୂରଣ କରାଯିବ ବୋଲି କହିଛନ୍ତି ।

ବାଲିଯାତ୍ରାକୁ ମିଳିବ ସରକାରୀ ମାନ୍ୟତା

ଲୋକସେବା ଭବନରେ ପଞ୍ଚାୟତରାଜ, ଆଇନ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ଏହି ବୈଠକରେ କଟକ ବାଲିଯାତ୍ରାକୁ ପର୍ଯ୍ୟଟନ ଓ ସଂସ୍କୃତି ,ଅର୍ବାନ ବିଭାଗ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯିବ। କଟକ ବାଲିଯାତ୍ରାକୁ ଐତିହାସିକ ଓ ସରକାରୀ ମାନ୍ୟତା ସହ ସରକାରୀ ସହାୟତା ଦେବା ନେଇ ଲୋକସେବା ଭବନରେ ବସିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ ।

ବୈଠକରେ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ ସମେତ କଟକ ଜିଲ୍ଲାପାଳ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ମାନେ ଆଲୋଚନା କରୁଛନ୍ତି ।ଏହା ସହ ବାଲିଯାତ୍ରାକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ବୈଠକରେ ଆଲୋଚନା କରାଯାଉଛି।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Last Updated : Nov 1, 2019, 3:09 PM IST

ABOUT THE AUTHOR

...view details