ଭୁବନେଶ୍ବର: ଟିକା ପାଇଁ ଗ୍ଲୋବାଲ ଟେଣ୍ଡରକୁ ସମ୍ପୂର୍ଣ୍ଣ ବାତିଲ କଲେ ରାଜ୍ୟ ସରକାର । ରାଜ୍ୟକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ୟାପକ ପରିମାଣରେ ଟୀକା ମିଳୁଥିବା ଯୋଗୁଁ ରାଜ୍ୟ ଓହରିଥିବା ଜଣାପଡିଛି । ଏନେଇ ବୁଧବାର ଔଷଧ ନିଗମ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ମାଗଣା ଟିକା ଘୋଷଣା କରିବା ପରେ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇ ପାରନ୍ତି ବୋଲି ଆକଳନ କରାଯାଉଥିଲା । ହେଲେ ବୁଧବାର ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟରେ ଟିକା ଅଭାବକୁ ଦୂର କରିବାକୁ ରାଜ୍ୟ ସରକାର ଗ୍ଲୋବାଲ ଟେଣ୍ଡର ମାଧ୍ୟମରେ ଟିକା କିଣିବାକୁ ନିଷ୍ପତ୍ତି ନେଇଥିଲେ । ମେ 14 ତାରିଖରେ ରାଜ୍ୟ ସରକାର ଗ୍ଲୋବାଲ ଟେଣ୍ଡରିଂ ପାଇଁ ଆହ୍ବାନ କରିଥିଲେ ।