ଓଡିଶା

odisha

By

Published : Sep 18, 2019, 1:32 PM IST

Updated : Sep 18, 2019, 2:44 PM IST

ETV Bharat / city

ଏଣିକି ସକାଳ 9.30ରୁ ଅପରାହ୍ଣ 4.30 ପର୍ଯ୍ୟନ୍ତ ଖୋଲାରହିବ ସ୍କୁଲ

ରାଜ୍ୟରେ ଥିବା ସରକାରୀ ସ୍କୁଲର ସମୟସୀମାକୁ ପରିବର୍ତ୍ତନ କରାଯାଇଛି। ଏଣିକି ସକାଳ ସାଢେ 9ଟାରୁ ସାଢେ 4ଟା ପର୍ଯ୍ୟନ୍ତ ଖୋଲାରହିବ ସ୍କୁଲ ।

ଡିଜାଇନ ଫଟୋ

ଭୁବନେଶ୍ବର: ରାଜ୍ୟର ଶିକ୍ଷା ବ୍ୟବସ୍ଥା ବଦଳାଇବା ଉପରେ ଗୁରୁତ୍ୱ ଦେଇଛନ୍ତି ସରକାର । ଏଥିପାଇଁ ଗୋଟିଏ ପରେ ଗୋଟିଏ ନିୟମର ହେଉଛି ପରବର୍ତ୍ତନ। ଆଜି ଆଉ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛି ଗଣଶିକ୍ଷା ବିଭାଗ । ବଦଳିଛି ଶିକ୍ଷକ-ଶିକ୍ଷୟତ୍ରୀଙ୍କ ସ୍କୁଲ ଆସିବା ସମୟ । ଏଣିକି ସକାଳ ସାଢେ 9ଟାରୁ ଅପରାହ୍ନ ସାଢେ 4ଟା ପର୍ଯ୍ୟନ୍ତ ଖୋଲା ରହିବ ବିଦ୍ୟାଳୟ । ଏହି ମର୍ମରେ ରାଜ୍ୟର ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଚିଠି ଲେଖିଛନ୍ତି ବ୍ଲକ ଶିକ୍ଷା ଅଧିକାରୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର


ଶ୍ରେଣୀ ଗୃହରେ ପଡିବ ମ୍ୟାଟ, ପିଲାଙ୍କୁ ଯୋଗାଇ ଦିଆଯିବ ଫିଲଟର ପାଣି । ସ୍କୁଲ ସମୟରେ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ରେଜିଷ୍ଟ୍ରାରେ କରାଯିବ ପଞ୍ଜିକୃତ। ଏପରିକି କୌଣସି ଶିକ୍ଷକ କିମ୍ବା ଶିକ୍ଷୟିତ୍ରୀ ନିର୍ଦ୍ଧାରିତ ସମୟ ପୂର୍ବରୁ ଯାଇପାରିବେ ନାହିଁ । ପୂର୍ବରୁ ସରକାରୀ ସ୍କୁଲ ସମୟ ସକାଳ 10ଟାରୁ ଆରମ୍ଭ ହୋଇ ଅପରାହ୍ନ 4ଟାରେ ଶେଷ ହେଉଥିଲା।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Sep 18, 2019, 2:44 PM IST

ABOUT THE AUTHOR

...view details