ଭୁବନେଶ୍ବର : ରମାଦେବୀ ବିଶ୍ବବିଦ୍ୟାଳୟର 4ଟି କୋଠାକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ 18 କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ରାଜ୍ୟସରକାର । ଏନେଇ ରମାଦେବୀ କ୍ୟାମ୍ପସକୁ ନୂଆ ରୂପ ଦେବା ସହ ଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷାର ବିକାଶ ହେବ। ଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷାର ବିକାଶ ଲାଗି ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ନିର୍ମାଣ ହୋଇଛି 4ଟି କୋଠା। ଏହି କୋଠା ମଧ୍ୟରୁ କୁନ୍ତଳା କୁମାରୀ ସାବତ ପାଠାଗାର ସମେତ କଳା ବିଜ୍ଞାନ ବ୍ଲକ ଓ ଗବେଷଣା କରୁଥିବା ଛାତ୍ରୀଙ୍କ ପାଇଁ ହଷ୍ଟେଲର ସୁବିଧା ରହିଛି । ଏହାସହ ଇ-ଲାଇବ୍ରେରୀର ବ୍ୟବସ୍ଥା ହୋଇଛି ।
ରମାଦେବୀ ବିଶ୍ୱବିଦ୍ୟାଳୟକୁ 18 କୋଟିର ପ୍ୟାକେଜ ଘୋଷଣା - ରମାଦେବୀ ବିଶ୍ୱବିଦ୍ୟାଳୟ
ରମାଦେବୀ ବିଶ୍ୱବିଦ୍ୟାଳୟର 4ଟି କୋଠାକୁ ଲୋକାର୍ପଣ । 18 କୋଟିର ପ୍ୟାକେଜ ଘୋଷଣା କଲେ ରାଜ୍ୟସରକାର । ଅଧିକ ପଢନ୍ତୁ....

ରମାଦେବୀ ବିଶ୍ୱବିଦ୍ୟାଳୟକୁ 18 କୋଟିର ପ୍ୟାକେଜ ଘୋଷଣା
ରମାଦେବୀ ବିଶ୍ୱବିଦ୍ୟାଳୟକୁ 18 କୋଟିର ପ୍ୟାକେଜ ଘୋଷଣା
ଏହାଦ୍ବାରା କ୍ୟାମ୍ପସକୁ କିଭଳି ଭାବରେ ଏକ ନୂଆ ପ୍ରକାରର ଗଢି ହେବ, ସେ ନେଇ ପ୍ରସ୍ତୁତ ଚାଲିଛି । ରମାଦେବୀ ବିଶ୍ୱବିଦ୍ୟାଳୟ ପାଇଁ 18 କୋଟି ଟଙ୍କାର ପ୍ୟାକେଜ ଘୋଷଣା ସହ 5 ଲକ୍ଷ ଟଙ୍କାର ରିଡିଙ୍ଗ ରୁମ ମଧ୍ୟ କ୍ୟାମ୍ପସରେ ହେବ ବୋଲି ଜଣାପଡିଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ