ଭୁବନେଶ୍ବର:ନୂଆପଡାରେ 3 CRPF ଯବାନ ଶହୀଦଙ୍କ ପରିବାର ପାଇଁ ୨୦ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର । ସେପଟେ ଶହୀଦ ପରିବାରବର୍ଗଙ୍କ କଥା ହୋଇ ସମବେଦନା ଜଣାଇଛନ୍ତି । ମାଓବାଦୀଙ୍କ ନାରକୀୟ କାଣ୍ଡ ପରେ ଭଇଁଶାଦାନୀରେ ନୂଆପଡ଼ା SP, DIG ରମେଶ ପଣ୍ଡିତ ପହଞ୍ଚିଛନ୍ତି ।
Jawans martyred in Nuapada: ଶହୀଦଙ୍କ ପରିବାରକୁ 20 ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା
ନୂଆପଡାରେ 3 CRPF ଯବାନ ଶହୀଦଙ୍କ ପରିବାର ପାଇଁ ୨୦ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଅଧିକ ପଢ଼ନ୍ତୁ
Jawans martyred in Nuapada: ଶହୀଦଙ୍କ ପରିବାରକୁ 20 ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା
ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରି କହିଛନ୍ତି ଯେ, "ନୂଆପଡ଼ା ଜିଲ୍ଲାରେ ୩ ଯବାନ ଶହୀଦ ଖବର ଶୁଣି ମର୍ମାହତ । ଦେଶମାତୃକା ପାଇଁ ମାଓବାଦୀଙ୍କ ସହ ଲଢ଼େଇ କରି ବଳିଦାନ ଦେଇଛନ୍ତି ଯବାନ । ଶହୀଦଙ୍କ ପରିବାରବର୍ଗକୁ ମୁଁ ସମବେଦନା ଜଣାଉଛି ।"
ଆଜି(ମଙ୍ଗଳବାର) କୁମ୍ବିଂ ଅପରେସନ ପାଇଁ CRPF ଯବାନ ନୂଆପଡ଼ାର ମାଓପ୍ରବଣ ଭଇଁଶାଦାନୀ ଗ୍ରାମପଞ୍ଚାୟତ ପାଟଦର ସଂରକ୍ଷିତ ଜଙ୍ଗଲକୁ ଯାଇଥିଲେ । ସେଠାରେ ମାଓବାଦୀ ଓ CRPF ଯବାନଙ୍କ ମଧ୍ୟରେ ଦୀର୍ଘ ସମୟଧରି ଗୁଳିବିନିମୟ ହୋଇଥିଲା । ମାଓବାଦୀଙ୍କ ଗୁଳିରେ 3 ଜଣ CRPF ଯବାନ ଶହୀଦ ହୋଇଛନ୍ତି ।