ଭୁବନେଶ୍ବର: ସଫଳ ହୋଇଛି ରାଜ୍ୟସରକାର ଓ ଓଡ଼ିଶା ମୋଟର ଚାଳକ ସଂଘର ଆଲୋଚନା । ରାଜ୍ୟ ଲୋକସଭା ଭବନରେ ଏହି ଆଲୋଚନା ହୋଇଥିବା ବେଳେ ରାଜ୍ୟସଭା ସାଂସଦ ସୁବାସ ସିଂ, ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ସମେତ ଓଡିଶା ମୋଟର ଚାଳକ ସଂଘ, ଓଡିଶା ଅଟୋ ଚାଳକ ସଂଘ ଓ ଓଡିଶା ଡ୍ରାଇଭର ମହାସଂଘର କର୍ମଚାରୀ ଉପସ୍ଥିତ ଥିଲେ । ଏହାସହ ଦୁଇ ବିଭାଗୀୟ ସଚିବ ମଧ୍ୟ ଉପସ୍ଥିତ ଥିଲେ । ଏହି ଆଲୋଚନାରେ ମୋଟର ଚାଳକ ସଂଘର ଦୀର୍ଘଦିନର ଦାବି ଉପସ୍ଥାପନା କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ସଂଘର ଦାବିକୁ ନେଇ ଏକ ପ୍ରସ୍ତାବ ଦିଆଯାଇଛି । ଯାହା ଖୁବଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ।
ଓଡିଶା ମୋଟର ଚାଳକ ସଂଘର ଆଲୋଚନା ସଫଳ - Odisha Motor Drivers Association Negotiations
ସଫଳ ହୋଇଛି ରାଜ୍ୟସରକାର ଓ ଓଡ଼ିଶା ମୋଟର ଚାଳକ ସଂଘର ଆଲୋଚନା । ରାଜ୍ୟ ଲୋକସଭା ଭବନରେ ଚାଲିଥିଲା ଆଲୋଚନା । ଅଧିକ ପଢନ୍ତୁ
ଆଉ ଅଲୋଚନାର ନିଷ୍କର୍ସ ସଂଘର ଦାବିକୁ ପ୍ରତିପାଦିତ କରୁଥିବା ବେଳ ବେଶ ଖୁସିବ୍ୟକ୍ତ କରିଛନ୍ତି ସଂଘର କର୍ମଚାରୀ । ଦାବିଗୁଡିକ ମଧ୍ୟରେ ରହିଛି, ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ପରି ସଡ଼କ ପରିବହନ କଲ୍ୟାଣ ବୋର୍ଡ ଗଠନ, ଦୁର୍ଘଟଣାରେ ମୃତ୍ୟୁ ପାଇଁ ୧୦ ଲକ୍ଷ ଟଙ୍କା ଓ ଚିକିତ୍ସା ପାଇଁ ସମସ୍ତ ଖର୍ଚ୍ଚ ବହନ କରିବା, ମଟର ଗାଡ଼ି ପାଇଁ ଯାତ୍ରୀଭଡ଼ା ନିର୍ଦ୍ଧାରଣ, ଗାଡ଼ି ପାର୍କିଂ ନିମନ୍ତେ ସମସ୍ତ ସହରାଞ୍ଚଳ ବିଜ୍ଞାପିତ ଅଞ୍ଚଳ ସଦର ମହକୁମା ବିଭିନ୍ନ ଷ୍ଟେସନ ବିମାନ ବନ୍ଦରରେ ନିଃଶୁଳ୍କ ପାର୍କିଂ ସ୍ଥାନ ଚିହ୍ନଟ କରିବା, ଜରୁରୀକାଳୀନ ସେବା , ନିର୍ବାଚନ ଓ ବିପର୍ଯ୍ୟୟ ମୁକାବିଲା ସମୟରେ ସରକାର ଗାଡ଼ି ରିକ୍ସସନ କଲାବେଳେ ଡ୍ରାଇଭରର ଖାଇବା, ରାତ୍ରିଯାପନ ନିମନ୍ତେ ରହିବା, ଗାଡ଼ି ଭଡାର ତୁରନ୍ତ ବ୍ୟବସ୍ଥା କରାଯାଉ, କର୍ମକ୍ଷେତ୍ରରେ ୮ଘଣ୍ଟା ସମୟ ଧାର୍ଯ୍ୟ, ରୋଜଗାର ଗ୍ୟାରେଣ୍ଟି, ସହରାଞ୍ଚଳରେ ରାତ୍ରୀଯାପନ ନିମନ୍ତେ ସର୍ବନିମ୍ନ ସୁବିଧା ଥିବା ବିଶ୍ରାମଗାରର ସୁବିଧା କରାଯିବା ସହ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥର ୧୦୦କି.ମି ଦୂରତାରେ ସମାନ ସୁବିଧା ଯୋଗାଇ ଦେବା ଏବଂ ସେବା ଯୋଗାଇ ଆସୁଥିବା ସଡ଼କ ପରିବହନ ଶ୍ରମିକଙ୍କୁ କୋରୋନା ଯୋଦ୍ଧାର ମାନ୍ୟତା ଦେବାକୁ ସଂଘ ଦାବି କରିଛି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ