ଓଡିଶା

odisha

ETV Bharat / city

ଗ୍ରାମାଞ୍ଚଳରେ କୋଭିଡ୍ ଟେଷ୍ଟିଂ ବୃଦ୍ଧି କରନ୍ତୁ ସରକାର: ବସନ୍ତ ପଣ୍ଡା

ରାଜ୍ୟ ସରକାରଙ୍କ କୋଭିଡ ପରିଚାଳନା ନେଇ ପ୍ରତିକ୍ରିୟା ରଖିଲେ କଳାହାଣ୍ଡି ସାଂସଦ ତଥା ବିଜେପି ନେତା ବସନ୍ତ ପଣ୍ଡା । ଓଡିଶା ସରକାର ଗମ୍ଭୀରତାର ସହ ଚିନ୍ତା କରିବାର ଆବଶ୍ୟକତା ରହିଛି । ଗ୍ରାମାଞ୍ଚଳରେ କୋଭିଡ୍ ଟେଷ୍ଟିଂ ବୃଦ୍ଧି କରନ୍ତୁ ସରକାର ବୋଲି କହିଛନ୍ତି । ଅଧିକ ପଢନ୍ତୁ...

By

Published : May 17, 2021, 1:27 PM IST

bjp mp Basanta Panda
ଗ୍ରାମାଞ୍ଚଳରେ କୋଭିଡ୍ ଟେଷ୍ଟିଂ ବୃଦ୍ଧି କରନ୍ତୁ ସରକାର

ଭୁବନେଶ୍ବର: ରାଜ୍ୟ ସରକାରଙ୍କ କୋଭିଡ ପରିଚାଳନା ନେଇ ପ୍ରତିକ୍ରିୟା ରଖିଲେ କଳାହାଣ୍ଡି ସାଂସଦ ତଥା ବିଜେପି ନେତା ବସନ୍ତ ପଣ୍ଡା । ଓଡିଶା ସରକାର ଗମ୍ଭୀରତାର ସହ ଚିନ୍ତା କରିବାର ଆବଶ୍ୟକତା ରହିଛି । ଗ୍ରାମାଞ୍ଚଳରେ ଟେଷ୍ଟିଂ ଅଭାବରୁ ଅନେକ ଲୋକ ସଂକ୍ରମିତ ହୋଇ ମୃତ୍ୟୁବରଣ କରୁଛନ୍ତି ।

ଗ୍ରାମାଞ୍ଚଳରେ କୋଭିଡ୍ ଟେଷ୍ଟିଂ ବୃଦ୍ଧି କରନ୍ତୁ ସରକାର

ମହାମାରୀ କୋରୋନାର ଦ୍ବିତୀୟ ପର୍ଯ୍ୟାୟ ସାରା ଦେଶକୁ ଦୋହଲାଇ ଦେଇଛି । ଓଡିଶାରେ ମଧ୍ୟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ରାଜ୍ୟରେ କୋରୋନା ସଂକ୍ରମିତଙ୍କୁ ଚିହ୍ନଟ କରିପାରୁ ନାହିଁନ୍ତି । ଆଉ ସରକାର ଜାଣିପାରୁନାହାନ୍ତି । ତେଣୁ ପ୍ରତ୍ୟେକ ସ୍ଥାନରେ ଟେଷ୍ଟିଂ ବୃଦ୍ଧି କରାଯିବା ଦରକାର । ଯେଉଁଭଳି ଭାବେ ସମଗ୍ର ଦେଶରେ ବିଭିନ୍ନ ରାଜ୍ୟ ଲକଡାଉନ ଘୋଷଣା କରିଛନ୍ତି । ଅନେକ ପ୍ରବାସୀ ଓଡ଼ିଆ ଶ୍ରମିକ ଘରକୁ ଫେରି ଆସୁଛନ୍ତି । ସେମାନେ ଘରକୁ ଆସିବା ପରେ ସଂକ୍ରମଣ ବଢ଼ି ଚାଲିଛି । ସେଥିପାଇଁ ପଞ୍ଚାୟତ ସ୍ତରରେ ଗତବର୍ଷ ଯେମିତି ଟିଏମସି ଓ ଅସ୍ଥାୟୀ କ୍ବାରେଣ୍ଟିନ ସେଣ୍ଟର ମାନ ଯେମିତି ଖୋଲାଯାଇଥିଲା । ଏହାସହ ଔଷଧ ଦେବା ପାଇଁ ଯେପରି ବ୍ୟବସ୍ଥା ହୋଇଥିଲା । ସେହି ବ୍ୟବସ୍ଥାକୁ ପୁନର୍ବାର କରାଯିବାର ଆବଶ୍ୟକତା ଅଛି । ଏହାସହ କୋଭିଡ ମ୍ୟାନେଜମେଣ୍ଟ କରିବା ପାଇଁ ପ୍ରତ୍ୟେକ ପଞ୍ଚାୟତରେ, ଗାଁରେ, ଆଶା କର୍ମୀ ଓ ବିଭିନ୍ନ ସ୍ବାସ୍ଥ୍ୟକର୍ମୀ ଓ ବିଭିନ୍ନ ଦଳର ଲୋକ, ସମାଜର ପ୍ରତିଷ୍ଠିତ ଵ୍ୟକ୍ତିଙ୍କୁ ନେଇ ବିପର୍ଯ୍ୟୟ ମ୍ୟାନେଜମେଣ୍ଟ ଟିମ ତିଆରି କରନ୍ତୁ ରାଜ୍ୟ ସରକାର ।

ରାଜ୍ୟରେ କେମିତି କୋଭିଡ ମ୍ୟାନେଜମେଣ୍ଟ ଠିକ୍ ଭାବେ ହୋଇପାରିବ ସେଥିପାଇଁ ରାଜ୍ୟ ସରକାର ଦୃଢ ପଦକ୍ଷେପ ନିଅନ୍ତୁ । ସରକାର ଭୁଲନ୍ତୁ ନାହିଁ ଯେ କୋରୋନା ସଂକ୍ରମଣ ଧିରେ ଧିରେ ଗ୍ରାମାଭିମୁଖୀ ହୋଇଚାଲିଛି । ତେଣୁ ସ୍ବାସ୍ଥ୍ୟ ସେବା ମଧ୍ୟ ଗ୍ରାମାଭିମୁଖୀ କରିବା ପାଇଁ ବିଜେପି ଦାବି କରୁଛି ।

ଭୁବନେଶ୍ବରରୁ ତପନ କୁମାର ଦାସ,ଇଟିଭି ଭାରତ

ABOUT THE AUTHOR

...view details