ଓଡିଶା

odisha

ETV Bharat / city

ରାଜ୍ୟ ସରକାରଙ୍କ କୋଭିଡ ସହାୟତା ପ୍ୟାକେଜ, ସମସ୍ତେ ପାଇେବେ ରୋଜଗାର

ଚଳଚଞ୍ଚଳ ହେବ ଗ୍ରାମୀଣ ଅର୍ଥନୀତି। କେହି ବସିବେ ନାହିଁ ବେକାର । ସମସ୍ତେ ପାଇେବେ ରୋଜଗାର । ସ୍ବତପ୍ରବୁତଃ ସର୍ବେ ହେବେ ସ୍ବାବଲମ୍ବୀ । ରୋଜଗାର ଯୋଗାଇ ଦେବାକୁ ବ୍ୟବସ୍ଥା କରୁଛନ୍ତି ସରକାର। ଏନେଇ ପଞ୍ଚାୟତିରାଜ ବିଭାଗ ପ୍ରସ୍ତୁତ କରିଛି ଏକ ଗାଇଡ଼ଲାଇନ। ଅଧିକ ପଢନ୍ତୁ..

ରାଜ୍ୟ ସରକାରଙ୍କ କୋଭିଡ ସହାୟତା ପ୍ୟାକେଜ, ସମସ୍ତେ ପାଇେବେ ରୋଜଗାର
ରାଜ୍ୟ ସରକାରଙ୍କ କୋଭିଡ ସହାୟତା ପ୍ୟାକେଜ, ସମସ୍ତେ ପାଇେବେ ରୋଜଗାର

By

Published : Aug 24, 2020, 9:40 PM IST

ଭୁବନେଶ୍ବର: ଚଳଚଞ୍ଚଳ ହେବ ଗ୍ରାମୀଣ ଅର୍ଥନୀତି। କେହି ବସିବେ ନାହିଁ ବେକାର । ସମସ୍ତେ ପାଇେବେ ରୋଜଗାର । ସ୍ବତପ୍ରବୁତଃ ସର୍ବେ ହେବେ ସ୍ବାବଲମ୍ବୀ । ରୋଜଗାର ଯୋଗାଇ ଦେବାକୁ ବ୍ୟବସ୍ଥା କରୁଛନ୍ତି ସରକାର। ଏନେଇ ପଞ୍ଚାୟତିରାଜ ବିଭାଗ ପ୍ରସ୍ତୁତ କରିଛି ଏକ ଗାଇଡ଼ଲାଇନ। କୋଭିଡ ସହାୟତା ପ୍ୟାକେଜ ନାମରେ ଏହି ସହାୟତା ଘୋଷଣା ହେବ। ଏନେଇ କମ ସୁଧରେ ଋଣ ଯୋଗାଇ ଦେବେ ରାଜ୍ୟ ସରକାର। ଏଥିପାଇଁ ମଧ୍ୟ ପ୍ରସ୍ତୁତ ହୋଇସାରିଛି 4ଟି ପ୍ଲାନ । ସମସ୍ତଙ୍କୁ ଜୀବିକା ଯୋଗାଇବା ସହ ଗ୍ରାମୀଣ ଉଦ୍ୟୋଗ ସୃଷ୍ଟି କରିବା ହିଁ ଏହାର ମୂଳ ଉଦ୍ଦେଶ୍ୟ।

ରାଜ୍ୟ ସରକାରଙ୍କ କୋଭିଡ ସହାୟତା ପ୍ୟାକେଜ, ସମସ୍ତେ ପାଇେବେ ରୋଜଗାର

ପ୍ରଥମ ପ୍ୟାକେଜ ଲଘୁ ଓ କ୍ଷୁଦ୍ର ଉଦ୍ୟୋଗୀଙ୍କ ପାଇଁ ଉଦ୍ଦିଷ୍ଟ। ସେମାନଙ୍କୁ 50 ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯିବ। ଫଳରେ ପରିବା ଦୋକାନ, ପାନ ଦୋକାନ, ଚା ଦୋକାନ, ଟେଲରିଂ, ଗ୍ରାଇଣ୍ଡିଂ ଦୋକାନ ଆଦି ଖୋଲି ପାରିବେ। ଦ୍ଵିତୀୟ ପ୍ୟାକେଜରେ କାର୍ଯ୍ୟକ୍ଷମ ଥିବା ଉଦ୍ୟୋଗ ଗୁଡିକୁ ଏକକାଳୀନ ଦେଢ଼ ଲକ୍ଷ ଟଙ୍କା ସହାୟତା ଦିଆଯିବ। ବିଶେଷକରି କୋଭିଡ ସମୟରେ ସେମାନେ ଯେଉଁଭଳି ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି ତାଙ୍କୁ ଏହା ସହାୟ ସାଜିବ। ବିଦ୍ୟୁତ ବିଲ, ପରିବହନ ଖର୍ଚ୍ଚ, ଘର ଭଡା ବାବଦକୁ ଏହି ସହାୟତା ମିଳିବ। ସେହିପରି ତୃତୀୟ ପ୍ୟାକେଜ ହେଉଛି ଗ୍ରାମାଞ୍ଚଳର ନିଷ୍ପେସିତ ଗୋଷ୍ଠୀଙ୍କ ପାଇଁ। ସିଙ୍ଗଲ ମହିଳା, ସ୍ୱାମୀ ପରିତ୍ୟକତା ମହିଳା, କିନ୍ନର , ଶାରୀରିକ ଭିନ୍ନକ୍ଷମଙ୍କ ପାଇଁ 20 ହଜାର ଟଙ୍କାର ସହାୟତା ଦିଆଯିବ। ଯାହା ଫଳରେ ସେମାନେ ଗୋ ପାଳନ, ଫାର୍ମି ଆଦିରେ ବିନିଯୋଗ କରିପାରିବେ। ଅନ୍ୟପକ୍ଷରେ ଚତୁର୍ଥ ପ୍ୟାକେଜ ହେଉଛି କୁଶଳୀ ଓ ଅର୍ଦ୍ଧ କୁଶଳୀ ପ୍ରବାସୀଙ୍କ ପାଇଁ। ବିଭିନ ୱାର୍କଶପ, ଅଳଙ୍କାର ଦୋକାନ, ମୋବାଇଲ ମରାମତି ଓ ବିକ୍ରି ଭଳି ସେବା ରହିଛି। ଏଥିରେ 1 ଲକ୍ଷ ଟଙ୍କା ଯୋଗାଇ ଦିଆଯିବ। ଏନେଇ ଏକ ଗାଇଡ଼ଲଇନ ଜାରି କରିଛି ବିଭାଗ। କିପରି ଋଣ ମିଳିବ, କଣ କରିବାକୁ ହେବ ସେନେଇ ଏଥିରେ ରହିଛି ସବିଶେଷ ତଥ୍ୟ ।

ବ୍ଲକ ସ୍ତରରେ ସମସ୍ତ ପ୍ରକଳ୍ପ ଯାଞ୍ଚ କରାଯିବା ପରେ ଏହା ଜିଲ୍ଲା ସ୍ତରୀୟ କମିଟିକୁ ପଠାଯିବ। ଏହାପରେ ମିଳିବ ମଞ୍ଜୁରୀ । ତେବେ ଏହା ଯଦି ସଠିକ ଭାବରେ କାର୍ଯ୍ୟକାରୀ ହୁଏ , ଏଥିରୁ ସହାୟତା ମିଳିପାରିବ । ଏବଂ ଅର୍ଥନିତୀ ଅଗ୍ରସର ସୁନିଶ୍ଚିତ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details