ଭୁବନେଶ୍ବର: ମିଶନ ଶକ୍ତି ପାଇଁ କ୍ୟାବିନେଟରେ ବ୍ୟାପକ ବ୍ୟୟ ବରାଦ ପ୍ରସଙ୍ଗ । ମିଶନ ଶକ୍ତିକୁ ରାଜନୈତିକ ହତିଆର ନକରନ୍ତୁ ରାଜ୍ୟ ସରକାର କହିଲା ରାଜ୍ୟ ବିଜେପି । ମିଶନ ଶକ୍ତିରେ ପୂର୍ବରୁ ହୋଇଥିବା ଯୋଜନା ଠିକଣା ଢଙ୍ଗରେ ପ୍ରଣୟନ ହୋଇନାହିଁ ବୋଲି ଦଳ ଅଭିଯୋଗ କରିଛି ।
ଏଥିପାଇଁ କେନ୍ଦ୍ର ସରକାର ଯେଉଁ ସବୁ ଯୋଜନା ଗୁଡିକ ଦେଶ ସାରା କରିଛନ୍ତି ତାହା ଓଡିଶାରେ ହୋଇନାହିଁ । ଓଡିଶାରେ ରାଜ୍ୟ ସରକାର ଯଦି ମିଶନ ଶକ୍ତି ବିଭାଗ କରି ମହିଳା ମାନଙ୍କର ଉତଥାନ ହେବ ବୋଲି ଭାବୁଛନ୍ତି, ଏହାଦ୍ବାରା କୌଣସି ବିକାଶ ହେବ ନାହିଁ । ନିର୍ବାଚନ ଆସିଲେ ସରକାରଙ୍କୁ ମହିଳାଙ୍କ କଥା ମାନେ ପଡୁଛି । ନିର୍ବାଚନ ସରିଲେ ଭୁଲି ଯାଉଛନ୍ତି ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ।