ଭୁବନେଶ୍ବର: ଜୁଲାଇ 15 ତାରିଖରୁ ଖରିଫ ଋତୁ ଧାନ କିଣା ପାଇଁ ପଞ୍ଜିକରଣ ଆରମ୍ଭ ହେବ । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ସୂଚନା ଦେଇଛନ୍ତି ଯୋଗଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ତେବେ ମନ୍ତ୍ରୀଙ୍କ ଏହି ସୂଚନା ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧି । ରାଜ୍ୟ ସରକାର ଚିରାଚରିତ ଢଙ୍ଗ ଛାଡି ନୂଆ ପଲିସି ଆଣନ୍ତୁ ବୋଲି ଦାବି କରିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ ।
ପ୍ରଦୀପ ଅଭିଯୋଗ କରିଛନ୍ତି ଯେ, "ଗତ ଖରିଫ ଋତୁରେ ଧାନ କିଣାବିକାରେ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା । ଫଳରେ ଅନେକ ମଣ୍ଡିରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା । ଟୋକେନ ଲାପ୍ସ ହୋଇଯିବାରୁ ବାଧ୍ୟ ହୋଇ ଚାଷୀ କମ୍ ଟଙ୍କାରେ ଧାନ ବିକ୍ରୟ କରିଥିଲେ । ବର୍ତ୍ତମାନ ସାମଗ୍ର ରାଜ୍ୟରେ ଡିଲରଙ୍କ ଇଚ୍ଛାରେ ମଣ୍ଡି ଚାଲିଛି । ଏଥିପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ପଲିସି ତିଆରି କରନ୍ତୁ । କେବଳ ସେହି ଚିରାଚରିତ ଢଙ୍ଗରେ ଖରିଫ ଋତୁ ଚାଷୀ ପଞ୍ଜିକରଣ କରାନଯାଉ ।"